ETV Bharat / state

ମୋଦି ହଟାଓ ଦେଶ ବଞ୍ଚାଅ ପୋଷ୍ଟର କେନ୍ଦ୍ର ସରକାରଙ୍କୁ ଥରାଇ ଦେଇଛି: ଆପ୍‌

author img

By

Published : Mar 30, 2023, 8:34 PM IST

ଆମ ଆଦମୀ ପାର୍ଟିର ମୋଦି ହଟାଓ ଦେଶ ବଞ୍ଚାଓ ପୋଷ୍ଟର କେନ୍ଦ୍ର ସରକାରଙ୍କୁ ଥରାଇ ଦେଇଛି ବୋଲି କହିଛନ୍ତି ଆପ୍‌ ଆବାହକ ନିଶିକାନ୍ତ ମହାପାତ୍ର । ଅଧିକ ପଢନ୍ତୁ

Modi Hatao Desh Bachao poster
Modi Hatao Desh Bachao poster
ମୋଦି ହଟାଓ ଦେଶ ବଞ୍ଚାଅ ପୋଷ୍ଟର

ଭୁବନେଶ୍ବର: ମୋଦି ବିରୋଧୀ ପୋଷ୍ଟର ଜାରି କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଆମ ଆଦମୀ ପାର୍ଟି । ଦଳ ପକ୍ଷରୁ ୧୧ଟି ଭାଷାରେ 'ମୋଦି ହଟାଓ ଦେଶ ବଞ୍ଚାଓ' ପୋଷ୍ଟର ଜାରି କରିଛି । ଏହି ପୋଷ୍ଟର କେନ୍ଦ୍ର ସରକାରଙ୍କୁ ଥରାଇ ଦେଇଛି ବୋଲି କହିଛନ୍ତି ଆମ ଆଦମୀ ପାର୍ଟିର ଆବାହକ ନିଶିକାନ୍ତ ମହାପାତ୍ର । ଯେପର୍ଯ୍ୟନ୍ତ ଦେଶରେ ମୋଦୀ ସରକାର ଅଛି ସେପର୍ଯ୍ୟନ୍ତ ଦେଶରେ ଉନ୍ନତି ହୋଇପାରିବ ନାହିଁ ବୋଲି ଆପ୍‌ର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ।

ଏନେଇ ନିଶିକାନ୍ତ ମହାପାତ୍ର କହିଛନ୍ତି, "ଯେପର୍ଯ୍ୟନ୍ତ ଦେଶରେ ମୋଦି ସରକାର ଅଛନ୍ତି ସେପର୍ଯ୍ୟନ୍ତ ଦେଶରେ ଉନ୍ନତି ହୋଇପାରିବ ନାହିଁ । ଦଳ ପକ୍ଷରୁ ଦିଲ୍ଲୀରେ 'ମୋଦି ହଟାଓ ଦେଶ ବଞ୍ଚାଓ' ପୋଷ୍ଟର କେନ୍ଦ୍ର ସରକାରଙ୍କୁ ଥରାଇ ଦେଇଛି । ଇଂରେଜ ଶାସନ କାଳରେ କେବେ ବି ଗୋଟିଏ ପୋଷ୍ଟର ଲଗାଇବା ପାଇଁ ୧୩୮ଟି ଏଫଆଇଆର ହୋଇନଥିଲା ଏବଂ ୭ ଜଣଙ୍କୁ ଗିରଫ କରାଯାଇଛି । ସେଥିପାଇଁ ଆମ୍ ଆଦମୀ ପାର୍ଟି ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର ଯେତେ ଏଫଆଇଆର କରିବା କଥା କରନ୍ତୁ, ସାରା ଦେଶରେ ଆପ୍‌ ପୋଷ୍ଟର ମାରିବ । ଆଜି ଭୁବନେଶ୍ଵରରେ ସବୁ ଜାଗାରେ ପୋଷ୍ଟର ମରାଯିବ ।"

ଏହା ବି ପଢନ୍ତୁ- ଲୁଟ ପରେ ଦୁର୍ବୃତ୍ତଙ୍କୁ ଏକାକୀ ଗୋଡ଼ାଇଲେ ୪୦କିମି, ପୋଲିସ ପାଟ୍ରୋଲିଂକୁ ନେଇ ଉଠିଲା ପ୍ରଶ୍ନ

ସେ ଆହୁରି କହିଛନ୍ତି, "ମୋଦି ସରକାର ଦେଶର କୃଷକମାନଙ୍କ ଉପରେ ୩ଟି କଳା କୃଷି ଆଇନ ଲାଗୁ କରିଥିଲେ । ଏହି ଅବସରରେ କୃଷକମାନେ ଏକ ବର୍ଷ କାଳ ଆନ୍ଦୋଳନ କଲେ । ସରକାର କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସର୍ବନିମ୍ନ ସହାୟତା ମୂଲ୍ୟକୁ ଆଇନର ମାନ୍ୟତା ପ୍ରଦାନ କରିବେ କିନ୍ତୁ କଲେ ନାହିଁ । ସେହିଭଳି ଦେଶରେ ଛାତ୍ରଛାତ୍ରୀଙ୍କ ସ୍ବରକୁ ଦେଶଦ୍ରୋହ ଏବଂ ଆତଙ୍କବାଦୀ କହି ଦବେଇ ଦିଆଯାଉଛି । ଶ୍ରମିକମାନେ ଦୟନୀୟ ଭାବରେ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛନ୍ତି ।

ଯେଉଁ ଶ୍ରମିକମାନଙ୍କ ପାଇଁ ଭଗତ ସିଂହ ବୋମା ମାଡ଼ କରିଥିଲେ । ଏହି ପ୍ରକାର ଏକଚ୍ଛତ୍ରବାଦ ସରକାର ବିରୁଦ୍ଧରେ ଆପ ଲଢ଼େଇ କରିବ । ମୋଦି ହଟାଓ ଦେଶ ବଞ୍ଚାଓ କ୍ୟାମ୍ପେନ ଆଜି ସାରା ଦେଶରେ ଜାରି ରହିଛି। ମୋଦି ସରକାର ସାଧାରଣ ଜନତାଙ୍କ ଅଧିକାରକୁ ଯେତେ ଛଡାଇବେ, ସମ୍ବିଧାନକୁ ବି ଛଡାଇବେ ତାକୁ ଦେଶର ସାଧାରଣ ନାଗରିକ ଗ୍ରହଣ କରିବେ ନାହିଁ । ଆମ୍ ଆଦମୀ ପାର୍ଟି ସାଧାରଣ ଲୋକଙ୍କ ସହିତ ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.