ETV Bharat / state

ବାଲିରେ 'ଇଟିଭି ଲୋଗୋ' ଆଙ୍କିଲେ ଉମାକାନ୍ତ - ETV logo

ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆ ପଞ୍ଚାୟତ କଣ୍ଠପୁର ଗାଁର ଉମାକାନ୍ତ ରଣସିଂହ । ସେ ଜଣେ ପ୍ରତିଭାବାନ ବାଲୁକା ଶିଳ୍ପୀ ଭାବରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲାର ବିଭିନ୍ନ ସଙ୍ଗଠନ, ବିଜୁ ଯୁବ ବାହିନୀ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଅଧିକ ପଢନ୍ତୁ...

ବାଲିରେ 'ଇଟିଭି ଲୋଗୋ'
ବାଲିରେ 'ଇଟିଭି ଲୋଗୋ'
author img

By

Published : Apr 29, 2021, 11:14 AM IST

Updated : Apr 29, 2021, 12:14 PM IST

ଖୋର୍ଦ୍ଧା : ଓଡ଼ିଶା ହେଉଛି କଳାର ଭଣ୍ଡାର । ଏଠାରେ ଅନେକ ପ୍ରତିଭାବାନ କଳାକାର ଅଛନ୍ତି । କିଛି ଲୋକଲୋଚନକୁ ଆସୁଛି ତ କିଛି ବଣମଲ୍ଲୀ ଭଳି ବଣରେ ମଉଳି ଯାଉଛନ୍ତି । ଏପରି ଜଣେ ପ୍ରତିଭାବାନ ଯୁବ ବାଲୁକାଶିଳ୍ପୀ ସରକାରୀ ସହାୟତା ନପାଇ ମଉଳିବାକୁ ବସିଲେଣି । ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆ ପଞ୍ଚାୟତ କଣ୍ଠପୁର ଗାଁର ଉମାକାନ୍ତ ରଣସିଂହ ।

ବାଲିରେ 'ଇଟିଭି ଲୋଗୋ'

ଜଣେ ପ୍ରତିଭାବାନ ବାଲୁକା ଶିଳ୍ପୀ ଭାବରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲାର ବିଭିନ୍ନ ସଙ୍ଗଠନ, ବିଜୁ ଯୁବ ବାହିନୀ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଉମାକାନ୍ତଙ୍କ ବାପା ଜଣେ ଗରିବ ଦିନ ମଜୁରିଆ ହୋଇଥିବାବେଳେ ଉମାକାନ୍ତ ପିଲାଟି ବେଳରୁ ବାଲୁକା କଳା ପ୍ରତି ମନ ବଳାଇଥିଲେ ।

ପୁଅର ଆଗ୍ରହ ଦେଖି ଫକୀର ବରିଷ୍ଠ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନିକଟକୁ ବାଲୁକା ଶିକ୍ଷା ଲାଗି ପଠାଇଥିଲେ । ଶିକ୍ଷା ଲାଭ କରି ଦିର୍ଘଦିନ ହେବ ସରକାରୀ ସହାୟତା ପାଇବା ଲାଗି ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଉମାକାନ୍ତଙ୍କ ହାତର ଯାଦୁରେ ନିର୍ଜୀବ ବାଲି ଜୀବନଦାନ ପାଇଥାଏ । ବାଲୁକା କଳା ମାଧ୍ୟମରେ ସୁନ୍ଦର ସୁନ୍ଦର କଳାକୃତି କରି ବେସ ମନ ମୋହୁଛନ୍ତି । ସେହିପରି ବାଲୁକା କଳା ମାଧ୍ୟମରେ ଈଟିଭି ଭାରତର ଲୋଗୋକୁ ସୁନ୍ଦର ଭାବେ ବାଲିରେ ଅଙ୍କିଥିବା ଦେଖାଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 29, 2021, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.