ETV Bharat / state

ଚିଲିକାରୁ ପକ୍ଷୀ ଶିକାର କରି କଲେଜ ଛାତ୍ର ଗିରଫ

ଶୀତ ଋତୁରେ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଚିଲିକା ଆସୁଥିବା ବେଳେ ଶିକାରୀମାନେ ସକ୍ରିୟ ହୋଇ ଉଠୁଛନ୍ତି । ଜଣେ ନାବାଳକ ଛାତ୍ର ପକ୍ଷୀ ଶିକାର ଅଭିଯୋଗରେ ଗିରଫ ହୋଇଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Dec 23, 2022, 10:20 PM IST

foreign birds in chillika
ଚିଲିକାରେ ପକ୍ଷୀ ଶିକାର

ଖୋର୍ଦ୍ଧା: ଚିଲିକାରେ ପକ୍ଷୀ ଶିକାର ଥମିବାର ନାଁ ନେଉନାହିଁ । ଶୀତ ଋତୁରେ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଚିଲିକା ଆସୁଥିବା ବେଳେ ଶିକାରୀମାନେ ସକ୍ରିୟ ହୋଇ ଉଠୁଛନ୍ତି । ବନ୍ୟପ୍ରାଣୀ ବିଭାଗର କଡା ପ୍ରହରା ସତ୍ତ୍ୱେ ଶିକାରୀମାନେ ଶିକାର କରିବାରେ ବ୍ୟସ୍ତ ରହିଛନ୍ତି ।

ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରତିଦିନ ଶିକାରୀଙ୍କୁ ଗିରଫ କରାଯାଉଥିବା ବେଳେ ଆଜି ଜଣେ ନାବାଳକ ଛାତ୍ର ପକ୍ଷୀ ଶିକାର ଅଭିଯୋଗରେ ଗିରଫ ହୋଇଛନ୍ତି । ଆଜି ଶିକାର କରି ଘରକୁ ଫେରୁଥିବା ବେଳେ ଏହି ନାବାଳକ ଶିକାରୀ ଜଣଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଛି । ଗିରଫ ନାବାଳକ ଜଣକ +୨ ଶ୍ରେଣୀର ପ୍ରଥମ ବର୍ଷର ଛାତ୍ର ବୋଲି ଜଣା ପଡିଛି ।

ନାବାଳକ ଛାତ୍ର ଜଣକ ପକ୍ଷୀ ଶିକାର କରି ବିକ୍ରି କରିବାକୁ ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ବନ୍ୟ ପ୍ରାଣୀ କର୍ମଚାରୀମାନେ ବାଣପୁର ଥାନା ବଉଳା ବନ୍ଧ ଗ୍ରାମ ନିକଟରୁ ତାଙ୍କୁ ଗିରଫ କରିଛନ୍ତି । ତାଙ୍କ ନିକଟରୁ ୩ଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଛି । ତେବେ ପକ୍ଷୀ ଶିକାରକୁ ରୋକିବା ପାଇଁ ଶତ ଚେଷ୍ଟା କଲେ ମଧ୍ୟ ବନ୍ୟ ପ୍ରାଣୀ ବିଭାଗ ବିଫଳ ହୋଇଛି । ବନ୍ୟ ପ୍ରାଣୀ ବିଭାଗର କଡା ପ୍ରହରାକୁ ଖାତିର ନକରି ଶୀକାରୀମାନେ ବାରମ୍ବାର ପକ୍ଷୀ ଶିକାର କରୁଛନ୍ତି । ତେଣୁ ବିଦେଶୀ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ସହ ଶିକାର ନକରିବାକୁ ପରାମର୍ଶ ଦେଇଛନ୍ତି ରେଞ୍ଜର ଚୁଡାରାଣୀ ମୁର୍ମୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.