ETV Bharat / state

9ଟି ମେଡିକାଲ କଲେଜରେ ହେବ ଟିଚିଂ ହସ୍ପିଟାଲ, ସ୍ବାସ୍ଥ୍ୟ ସଚିବଙ୍କ ଚିଠି - ଟିଚିଂ ହସ୍ପିଟାଲ

ଖୁବଶୀଘ୍ର ରାଜ୍ୟର 9ଟି ମେଡିକାଲ କଲେଜରେ ଆରମ୍ଭ ହେବ ଟିଚିଂ ହସ୍ପିଟାଲ । ଏନେଇ ସମସ୍ତ ସରକାରୀ ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ । ଅଧିକ ପଢ଼ନ୍ତୁ

teaching hospitals in odisha
ରାଜ୍ୟରେ ହେବ ଟିଚିଂ ହସ୍ପିଟାଲ
author img

By

Published : Jan 1, 2023, 7:31 AM IST

ଭୁବନେଶ୍ବର: ରାଜ୍ୟର ନୂଆ ସରକାରୀ ମେଡିକାଲ କଲେଜରେ ଆରମ୍ଭ ହେବ ଏହି ଟିଚିଂ ହସ୍ପିଟାଲ । ୯ଟି ସରକାରୀ ହସ୍ପିଟାଲର କାମ ସାରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଛି । କାମ ସରିବାର ମାସକ ମଧ୍ୟରେ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଏନେଇ ସବୁ ସରକାରୀ ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ସାଳିନୀ ପଣ୍ଡିତ ।

ଏହା ମଧ୍ୟ ପଢ଼ନ୍ତୁ: ଲୋକସେବକ ମଣ୍ଡଳୀକୁ ଦିଆଯାଉ ସତ୍ୟବାଦୀ ବନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ: ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ରାଜ୍ୟର ସରକାରୀ ମେଡିକାଲ କଲେଜରେ ଖୁବଶୀଘ୍ର ଟିଚିଂ ହସ୍ପିଟାଲ ହେବ । ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକୀୟ ସରଞ୍ଜାମ ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୨୦୨୩ ସୁଦ୍ଧା କେନ୍ଦୁଝର ଟିଚିଂ ହସ୍ପିଟାଲ କାମ ଶେଷ ହେବ । ବର୍ତ୍ତମାନ ସମୟରେ ଏହାର 98% କାମ ସରିଗଲାଣି । ଜୁନ୍ ୨୦୨୩ ସୁଦ୍ଧା ବାଲେଶ୍ୱର, ବାରିପଦା, ବଲାଙ୍ଗୀର ହସ୍ପିଟାଲ କାମ ମଧ୍ୟ ସରିବ । ବାଲେଶ୍ଵରର ଟିଚିଂ ମେଡିକାଲ କଲେଜର 48% କାମ ସାରିଥିବା ବେଳେ 500 ବେଡ଼ରୁ 650 ବେଡ଼ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟ ମେଡିକାଲ କଲେଜରେ MBBS ସିଟ ସଂଖ୍ୟା ୧,୭୫୦କୁ ବୃଦ୍ଧି

ସେହିପରି ବାରିପଦା ମେଡିକାଲ ଟିଛିଂ କଲେଜରେ 55% କାମ ସାରିଥିବା ବେଳେ 500 ବେଡ଼ରୁ 650 ବେଡକୁ ଉନ୍ନତି କରାଯାଉଛି ଏବଂ ବଲାଙ୍ଗୀର ମେଡିକାଲ ଟିଚିଂ କଲେଜରେ 53% କାମ ସାରିଥିବା ବେଳେ ଏହା 500 ବେଡ଼ରୁ 650 ବେଡ଼କୁ ଉନ୍ନତି କରାଯାଇଛି । ସେହିପରି ଭାବରେ ଜୁଲାଇ ସୁଦ୍ଧା ଯାଜପୁର ଓ ପୁରୀ ଟିଚିଂ ହସ୍ପିଟାଲ, ଅଗଷ୍ଟ ୨୦୨୩ ସୁଦ୍ଧା ସରିବ କୋରାପୁଟ, ଫୁଲବାଣୀ ହସ୍ପିଟାଲ କାମ, ୨୦୨୩ ଶେଷ ସୁଦ୍ଧା ଭବାନୀପାଟଣା ଟିଚିଂ ହସ୍ପିଟାଲ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.