ଖୋର୍ଦ୍ଧା: ମହାରାଷ୍ଟ୍ରର ପାଲଗଡରୁ ଆସିଥିବା ସ୍ଵତନ୍ତ୍ର ଶ୍ରମିକ ଟ୍ରେନ୍ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ପହଁଞ୍ଚିଛି । ରବିବାର ରାତିରେ ଖୋର୍ଦ୍ଧା ରୋଡ ଷ୍ଟେସନରେ ଏହି ଟ୍ରେନ ପହଞ୍ଚିବା ପରେ ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର, ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପ୍ରବାସୀ ଶ୍ରମିକଙ୍କୁ ସ୍ବାଗତ କରିଛନ୍ତି ।
ପାଲଗଡରୁ ଓଡ଼ିଶାର 15ଟି ଜିଲ୍ଲାର 743 ଜଣ ପ୍ରବାସୀ ଫେରିଥିବା ଜଣାପଡିଛି । ପ୍ରବାସୀମାନେ ଷ୍ଟେସନରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ସ୍କ୍ରିନି ଓ ରେଜିଷ୍ଟ୍ରେସନ କରାଯାଇ ସ୍ବତନ୍ତ୍ର ବସ ଯୋଗେଁ ନିଜନିଜ ଅଞ୍ଚଳକୁ ପଠାଯାଇଛି । ବାହାର ରାଜ୍ୟରୁ ଫେରିଥିବା ଏହି ପ୍ରବାସୀମାନଙ୍କୁ କ୍ବାରେଣ୍ଟିନ ସେଣ୍ଟରକୁ ପଠାଯାଇଥିବା ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ