ETV Bharat / state

୭୪ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ହେବ ସ୍ମାର୍ଟ ଶ୍ରେଣୀଗୃହ

author img

By

Published : Jun 23, 2023, 10:55 PM IST

ରାଜ୍ୟ ସରକାର ଧନ୍ଦାମୂଳକ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ୭୪ ଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଗୃହ କରାଯିବ। ଯାହା ଷ୍ଟାର୍ସ କାର୍ଯ୍ୟକ୍ରମ ଅଧୀନରେ ଏହାକୁ କରାଯିବାର ଯୋଜନା କରାଯାଇଛି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧୮୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ୭୪ଟି ଧନ୍ଦାମୂଳକ ଶିକ୍ଷାନୁଷ୍ଠାନକୁ ଏଥିପାଇଁ ୨.୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ ବୋଲି ଜଣାପଡ଼ିଛି। ଅଧିକ ପଢନ୍ତୁ

୭୪ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ହେବ ସ୍ମାର୍ଟ ଶ୍ରେଣୀଗୃହ
୭୪ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ହେବ ସ୍ମାର୍ଟ ଶ୍ରେଣୀଗୃହ

ଭୁବନେଶ୍ବର: ଷ୍ଟାର୍ସ କାର୍ଯ୍ୟକ୍ରମ ଅଧୀନରେ ୭୪ଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ ସ୍ଥାପନ କରାଯିବ। ଓକାକ ପକ୍ଷରୁ ଏହି ସ୍ମାର୍ଟ ଶ୍ରେଣୀଗୃହ ପ୍ରସ୍ତୁତ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧୮୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ୭୪ଟି ଧନ୍ଦାମୂଳକ ଶିକ୍ଷାନୁଷ୍ଠାନକୁ ଏଥିପାଇଁ ୨.୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ ବୋଲି ଜଣାପଡ଼ିଛି।

ରାଜ୍ୟ ସରକାର ଧନ୍ଦାମୂଳକ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ୭୪ ଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଗୃହ କରାଯିବ। ଯାହା ଷ୍ଟାର୍ସ କାର୍ଯ୍ୟକ୍ରମ ଅଧୀନରେ ଏହାକୁ କରାଯିବାର ଯୋଜନା କରାଯାଇଛି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧୮୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ୭୪ଟି ଧନ୍ଦାମୂଳକ ଶିକ୍ଷାନୁଷ୍ଠାନକୁ ଏଥିପାଇଁ ୨.୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଓକାକ ପକ୍ଷରୁ ଏହି ସ୍ମାର୍ଟ ଶ୍ରେଣୀଗୃହ ପ୍ରସ୍ତୁତ କରାଯିବ। ଏହି ସ୍ମାର୍ଟ ଶ୍ରେଣୀଗୃହ‌ରେ ୭୫ ଇଞ୍ଚ ଇଣ୍ଟରାକ୍ଟିଭ ସ୍ମାର୍ଟ ପ୍ୟାନେଲ ବୋର୍ଡ, ୱେବ କ୍ୟାମେରା, ୱେରଲେସ କି’ ବୋର୍ଡ, ମାଉସ, ଓପନ ପ୍ଲଗେବଲ ସିଷ୍ଟମ/ମିନି ଡେସ୍କଟପ, ମାଇକ୍ରୋଫୋନ, ୧ କେଭି ୟୁପିଏସ, ଇନବିଲ୍ଟ କଣ୍ଟେଣ୍ଟ ସଫ୍ଟୱେର ଆଦି ରହିବ। ନିକଟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ରଘୁରାମ ଆୟାରଙ୍କ ଅଧ୍ୟକ୍ଷତାରେ ସ୍ମାର୍ଟ ଶ୍ରେଣୀଗୃହ ସ୍ଥାପନ କରିବା ପାଇଁ ଗଠିତ କମିଟିର ବୈଠକ ବସିଥିଲା। କମିଟି ପକ୍ଷରୁ ସ୍ମାର୍ଟ ଶ୍ରେଣୀଗୃହ ପାଇଁ ଯେଉଁସବୁ ସାମଗ୍ରୀ ସୁପାରିସ କରାଯାଇଛି, ସେଗୁଡ଼ିକୁ ପ୍ରାଥମିକତା ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ୩୫୩ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ ସ୍ଥାପନ କାର୍ଯ୍ୟ ଓକାକ ନିର୍ବାହ କରିଥିଲା। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀଗୃହ ମଧ୍ୟ ଓକାକ ଦ୍ବାରା ସ୍ଥାପିତ ହୋଇଥିଲା। ଗୋଟିଏ ଶ୍ରେଣୀଗୃହରେ ସର୍ବନିମ୍ନ ୬୪ ଛାତ୍ରଛାତ୍ରୀଙ୍କୁ ଦୃଷ୍ଟିରେ ରଖି ସ୍ମାର୍ଟ ଶ୍ରେଣୀଗୃହ ସ୍ଥାପନ ପାଇଁ ସାମଗ୍ରୀ ଆବଶ୍ୟକ ବୋଲି ଓସେପା ଏବଂ ଓକାକ ପ୍ରତିନିଧି ବୈଠକରେ ଜଣାଇଥିଲେ।

ସୂଚନାଯୋଗ୍ୟ, ୧୭୪ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନବୀକରଣ ପାଇଁ କେନ୍ଦ୍ର ସରକାରଙ୍କ ପିଏବିରେ ମଞ୍ଜୁର ହୋଇଥିବା ୧୨.୩୯ କୋଟି ଟଙ୍କାକୁ ମଧ୍ୟ ବୈଠକରେ ଅନୁମୋଦନ ଦିଆଯାଇଛି।

ରାଜ୍ୟ ସରକାର ଧନ୍ଦାମୂଳକ ଶିକ୍ଷାକୁ ନେଇ ଅନେକ ପଦକ୍ଷେପ ନେଉଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖକ ପିଲା ପାସ କରିବା ପରେ ପିଲାମାନଙ୍କୁ ଧନ୍ଦାମୂଳକ ଶିକ୍ଷା ଆଡ଼କୁ ଢାଳିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ସ୍କୁଲ ସ୍ତରରେ ପିଲାଙ୍କୁ ଏନେଇ ପ୍ରୋତ୍ସାହିତ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.