ETV Bharat / state

Sambad Loan Scam: Eow ଅଫିସରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ସମେତ ୩ ଅଧିକାରୀ - ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ବ୍ୟାଙ୍କ କର୍ମଚାରୀ

ଇଷ୍ଟନ ମିଡ଼ିଆ ଲୋନ ସ୍କାମ ଘଟଣା । ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ସମେତ ୩ ଅଧିକାରୀ ହାଜର । ଅଧିକ ପଢନ୍ତୁ

Sambad Loan Scam
Sambad Loan Scam
author img

By ETV Bharat Odisha Team

Published : Sep 21, 2023, 7:32 PM IST

Updated : Sep 21, 2023, 7:39 PM IST

Eow ଅଫିସରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ସମେତ ୩ ଅଧିକାରୀ

ଭୁବନେଶ୍ବର: ଦୈନିକ ଖବରକାଗଜ 'ସମ୍ବାଦ' ବିରୋଧରେ ଋଣ ଜାଲିଆତି ଅଭିଯୋଗ ଘଟଣା । ଅର୍ଥନୈତିକ ଅପରାଧ ଶାଖା (EOW)ରେ ହାଜର ହେଲେ ଜୟଦେବ ବିହାର ସ୍ଥିତ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ସମେତ ୩ ଅଧିକାରୀ । ଇଓଡବ୍ଲ୍ୟୁର ଏକ ଟିମ ଏମାନଙ୍କୁ ପଚରାଉଚରା କରୁଛି । ସମ୍ପୃକ୍ତ ବ୍ୟାଙ୍କରୁ ଅଧିକାଂଶ ସାମ୍ବାଦିକଙ୍କ ନାଁରେ ଋଣ ଉଠା ଯାଇଥିବା ଅଭିଯୋଗ ହୋଇଛି । ଲୋନ ବେଳେ କେଉଁ ସବୁ ତଥ୍ୟ ଦାଖଲ କରାଯାଇଥିଲା ସେନେଇ ତଥ୍ୟ ସଂଗ୍ରହ କରିବା ଲାଗି ଏହି ଅଧିକାରୀଙ୍କୁ ପଚରାଉଚରା କରୁଛି ଇଓଡବ୍ଲ୍ୟୁ ।

ଏହା ବି ପଢନ୍ତୁ- 'କେତେ ଲୋକଙ୍କୁ ଦଳରୁ ବାହାର କରିବେ, ଆଗାମୀ ଦିନରେ ଜଣାପଡ଼ିବ'

ମିଳିଥିବା ସୂଚନା ଅନୁସାରେ ଇଓଡବ୍ଲ୍ୟୁର ଏକ ଟିମ ଜୟଦେବ ବିହାର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଆଜି (ଗୁରୁବାର) ସକାଳେ ପହଞ୍ଚିଥିଲେ । ସେଠାରେ ଅନେକ କାଗଜପତ୍ର ଯାଞ୍ଚ କରିବା ପରେ ବ୍ରାଞ୍ଚ ମ୍ୟାନେଜର ଓ କିଛି ଅଧିକାରୀଙ୍କୁ ପଚରାଉଚରା କରିଥିଲେ । ଏହାପରେ ମଧ୍ୟାହ୍ନ ସମୟରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ସମେତ ୩ ଅଧିକାରୀ ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ହାଜର ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ରାଜ୍ୟ ସରକାର: କଂଗ୍ରେସ

ଇଓଡବ୍ଲ୍ୟୁର ସୂଚନା ଅନୁସାରେ ଆଇଆରସି ଭିଲେଜରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ 'ସମ୍ବାଦ'ର ମିଡିଆ ହାଉସ ୩୫୦ କର୍ମଚାରୀ ଋଣ ନେଇଛନ୍ତି । ପ୍ରାୟ ୫ ଲକ୍ଷ ଲେଖାଏଁ ଋଣ ନିଆଯାଇଛି । ଋଣ ନେଇଥିବା କର୍ମଚାରୀମାନେ ନକଲି ସାର୍ଟିଫିକେଟ ଦେଇ ଋଣ ନେଇଥିବା ମଧ୍ୟ ଇଓଡବ୍ଲ୍ୟୁ ଅଭିଯୋଗ କରିଛି । ଏହା ଏକ ଯୋଜନାବଦ୍ଧ ବ୍ୟାଙ୍କ ଠକେଇ ବୋଲି କହିଛି ଇଓଡବ୍ଲ୍ୟୁ । ଏନେଇ ତଦନ୍ତ ଜାରି ରହିଛି ।

ଏହା ବି ପଢନ୍ତୁ- ଗଣମାଧ୍ୟମ ସଂସ୍ଥାକୁ ଆଇନର ଫାସ, ସୌମ୍ୟ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ

ଅନ୍ୟପଟେ ଏହି ମିଡିଆ ହାଉସ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜ ସମ୍ପାଦକୀୟରେ ରାଜ୍ୟର ଶାସନ ବ୍ୟବସ୍ଥା ଓ ୫ଟି ସଚିବଙ୍କ ଉପରେ ପ୍ରଶ୍ନ ଉଠାଇବା ପରେ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଚର୍ଚ୍ଚା ହେଉଛି । ପ୍ରଥମେ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିର ଉପସଭାପତି ପଦରୁ ହଟାଯିବା ପରେ ତାଙ୍କ ମିଡିଆ ହାଉସ ଉପରେ ରେଡ ହୋଇଥିଲା । ଏହା ପରେ ଆଜି ସୌମ୍ୟଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ବହିଷ୍କୃତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 21, 2023, 7:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.