ETV Bharat / state

କଂଗ୍ରେସ କ୍ଷମତାକୁ ଆସିଲେ ୨୦୦ ୟୁନିଟ ମିଳିବ ମାଗଣା ବିଜୁଳି: ପିସିସି ସଭାପତି - ୨୦୦ ୟୁନିଟ ମିଳିବ ମାଗଣା ବିଜୁଳି

ପିସିସି ସଭାପତି ଅଭିଯୋଗ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଠକିଛନ୍ତି । ଦେଶ ଓ ରାଜ୍ୟରେ ବିକାଶ ହୋଇନାହିଁ । ବେରୋଜଗାର, ନାରୀ ନିର୍ଯାତନା ବଢ଼ିଥିବା ସେ କହିଛନ୍ତି । ୨୦୨୪ରେ ଦଳ ନିଶ୍ଚିତ କ୍ଷମତାକୁ ଆସିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଶରତ । ଅଧିକ ପଢନ୍ତୁ

କଂଗ୍ରେସ କ୍ଷମତାକୁ ଆସିଲେ ୨୦୦ ୟୁନିଟ ମିଳିବ ମାଗଣା ବିଜୁଳି: ପିସିସି ସଭାପତି

author img

By

Published : Dec 28, 2022, 8:46 PM IST

କଂଗ୍ରେସ କ୍ଷମତାକୁ ଆସିଲେ ୨୦୦ ୟୁନିଟ ମିଳିବ ମାଗଣା ବିଜୁଳି: ପିସିସି ସଭାପତି

ଭୁବନେଶ୍ବର: ଆଜି ୧୩୮ ତମ ପ୍ରତିଷ୍ଠା ଦିବସ ପାଳନ କରିଛି କଂଗ୍ରେସ । ଏହି ଅବସରରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ୨୦୦ ୟୁନିଟ ଯାଏଁ ମିଳିବ ମାଗଣା ବିଜୁଳି । ୨୦୨୪ ନିର୍ବାଚନରେ ଓଡିଶାର ଜନସାଧାରଣ ବିଜେଡି ଓ ବିଜେପିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ ଭରସା କରିବେ ବୋଲି କହିଛନ୍ତି ପିସିସି ସଭାପତି। ଏହାସହ ନୂଆ ବର୍ଷରୁ ନୂଆ ରଣନୀତିରେ ଦଳ ଲଢେଇ କରିବ ବୋଲି କହିଛନ୍ତି ପିସିସି ସଭାପତି ।

ଏହାବି ପଢନ୍ତୁ- JP Nadda In Kandhamal: ଶ୍ରୀମନ୍ଦିର ରତ୍ନଭଣ୍ଡାର ଅସଲି ଚାବି କୁଆଡେ ଗଲା: ଜେପି ନଡ୍ଡା

ପିସିସି ସଭାପତି ଅଭିଯୋଗ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଠକିଛନ୍ତି । ଦେଶ ଓ ରାଜ୍ୟରେ ବିକାଶ ହୋଇନାହିଁ । ବେରୋଜଗାର, ନାରୀ ନିର୍ଯାତନା ବଢ଼ିଥିବା ସେ କହିଛନ୍ତି । ୨୦୨୪ରେ ଦଳ ନିଶ୍ଚିତ କ୍ଷମତାକୁ ଆସିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଶରତ । କହିଛନ୍ତି ଭାରତରେ ପଛୁଆ ରାଜ୍ୟ ଭାବେ ଦୁଇ ନମ୍ବରରେ ଓଡିଶା ଅଛି, ନଅ ରୁ ନବେ ମିଶନରେ ଓଡିଶାବାସୀ ଆମକୁ ଭରସା କରିବେ ବୋଲି କହିଛନ୍ତି ।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତକୁ ନେଇ କହିଛନ୍ତି କଂଗ୍ରେସ ଉପରେ ନଡ୍ଡାଙ୍କ କୌଣସି ପ୍ରଭାବ ପଡିବ ନାହିଁ। କଂଗ୍ରେସ ଆସନ୍ତା ଜାନୁଆରୀରୁ ପୁଣି ଆରମ୍ଭ କରିବ ପଦଯାତ୍ରା। ଲୋକମାନଙ୍କୁ ପାଖକୁ କଂଗ୍ରେସ ଯିବ ସମସ୍ୟା ବୁଝିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.