ଖୋର୍ଦ୍ଧା: ମୋଟର ସାଇକେଲ ଡ଼ିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମ୍ମୁଖରେ ଘଟିଛି ଏପରି ଘଟଣା । ସୂଚନା ମୁତାବକ ବଡସିରେଇପୁର ଗ୍ରାମର ନେତ୍ରାନନ୍ଦ ମହାନ୍ତି ବାଣପୁର ସ୍ଥିତ ନିଜ ଗୃହ ନିର୍ମାଣ କାର୍ଯ୍ୟ ନିମନ୍ତେ ଷ୍ଟେଟ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖିଥିବା ବେଳେ ସେଠାରୁ ସେ ବାଣପୁର ଶିଶୁ ମନ୍ଦିରକୁ ନିଜ ପିଲାଙ୍କ ବହି ଫେରେଇବାକୁ ଯାଇଥିଲେ।
ତେବେ କାମ ସାରି ଫେରିଲା ମଧ୍ୟରେ ବାଇକର ଡ଼ିକି ଲକ ଭଙ୍ଗା ଥିବା ସହ ଡ଼ିକି ଖାଲି ଥିବା ଦେଖିବାକୁ ପାଇଥିଲେ । ଏନେଇ ଶ୍ରୀ ମହାନ୍ତି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା କ୍ଷଣି ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ଏସ.ଆଇ ପ୍ରସନ୍ନ ଜେନା ଏବଂ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ