ETV Bharat / state

ଅହମ୍ମଦାବାଦରୁ ଫେରିଲେ 20 ଜିଲ୍ଲାର 1176 ପ୍ରବାସୀ

author img

By

Published : May 10, 2020, 8:14 PM IST

ଗୁଜୁରାଟର ଅହମ୍ମଦାବାଦରୁ ପ୍ରବାସୀ ଶ୍ରମିକଙ୍କୁ ଆଣି ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପହଞ୍ଚିଛି ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ । ଏହି ଟ୍ରେନରେ ରାଜ୍ୟର 20ଟି ଜିଲ୍ଲାରୁ 1176 ପ୍ରବାସୀ ଶ୍ରମିକ ଫେରିଛନ୍ତି ।

1176-migrants-labour-of-20-districts-returned-from-ahmedabad
ଅହମ୍ମଦାବାଦରୁ ଫେରିଲେ 20ଜିଲ୍ଲାର 1176 ପ୍ରବାସୀ

ଖୋର୍ଦ୍ଧା: ଅହମ୍ମଦାବାଦରୁ ଫେରିଲେ ପ୍ରବାସୀ । ଗୁଜୁରାଟର ଅହମ୍ମଦାବାଦରୁ ପ୍ରବାସୀ ଶ୍ରମିକଙ୍କୁ ଆଣି ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପହଞ୍ଚିଛି ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ନିଆଯାଇଛି ।

ଖୋର୍ଦ୍ଧା ରୋଡ ଷ୍ଟେସନରେ ଏହି ଟ୍ରେନ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ,ଜିଲ୍ଲାପାଳ ,ଏସପି ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସେମାନଙ୍କୁ ସ୍ବାଗତ କରିଛନ୍ତି । ସୂଚନା ଅନୁଯାୟୀ ଗୁଜୁରାଟର ଅହମ୍ମଦାବାଦରୁ ଓଡ଼ିଶାର 20ଟି ଜିଲ୍ଲାରୁ ମୋଟ 1176ଜଣ ପ୍ରବାସୀ ଫେରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ସ୍କ୍ରିନି ଓ ରେଜିଷ୍ଟ୍ରେସନ କରାଯାଇ ସେମାନଙ୍କ ଜିଲ୍ଲାରୁ ଆସିଥିବା ସ୍ବତନ୍ତ୍ର ବସ ଯୋଗେ ସେମାନଙ୍କୁ ପଠାଯାଇଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.