ETV Bharat / state

ଖୋର୍ଦ୍ଧା ଉପଖଣ୍ଡରୁ ଆଜି 116 କୋରୋନା ପଜିଟିଭ ଚିହ୍ନଟ - ଖୋର୍ଦ୍ଧା ଉପଖଣ୍ଡରୁ ଆଜି 116 କୋରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଦୈନିକ ରେକର୍ଡ ହେଉଥିବା କୋରୋନା ମାମଲାରେ ଆଗ ପଛ ହୋଇ ବଢୁଛନ୍ତି ଗଞ୍ଜାମ ଓ ଖୋର୍ଦ୍ଧା । ଆଜି ଖୋର୍ଦ୍ଧା ଉପଖଣ୍ଡରୁ ପୁଣି ନୂତନ ମାମଲା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଉପଖଣ୍ଡରୁ ଆଜି 116 କୋରୋନା ପଜିଟିଭ ଚିହ୍ନଟ

author img

By

Published : Aug 11, 2020, 10:32 AM IST

ଖୋର୍ଦ୍ଧା: ଉପଖଣ୍ଡରେ କୋରୋନା ଗ୍ରାଫ ଉପର ମୁହାଁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି ଖୋର୍ଦ୍ଧା ଉପଖଣ୍ଡରେ । ଗତ ସୋମବାର ଉପଖଣ୍ଡରୁ ପରୀକ୍ଷା ପାଇଁ 955 ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ ହୋଇଥିବା ବେଳେ ଆଜି ଉପଖଣ୍ଡରୁ 116 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ସହରରୁ 17ଜଣ ଚିହ୍ନଟ ହୋଇଥିବା ବେଳେ ବାଲୁଗାଁରୁ 12,ବାଣପୁରରୁ 18,ଟାଙ୍ଗିରୁ 4,ବୋଲଗଡ଼ରୁ 24,ବେଗୁନିଆ 2,ଜଟଣୀରୁ 3, ମେଣ୍ଢାସାଳରୁ 31,ବାଲିପାଟଣା 1 ଏବଂ ବାଳକଟି ବ୍ଲକରୁ 2ଜଣ କୋରୋନା ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ ରେକର୍ଡ ହେଉଥିବା କୋରୋନା ମାମଲାରେ ଆଗ ପଛ ହୋଇ ବଢୁଛନ୍ତି ଗଞ୍ଜାମ ଓ ଖୋର୍ଦ୍ଧା । ଗତ କିଛି ହେବ ଖୋର୍ଦ୍ଧା ଗଞ୍ଜାମକୁ ପଛରେ ପକାଇ ଆଗେଇ ଚାଲିଥିବାବେଳେ ଗତକାଲି ଗଞ୍ଜାମ ଖୋର୍ଦ୍ଧାକୁ ଟପି ଯାଇଥିଲା । ସୋମବାର ଗଞ୍ଜାମରେ 233 ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ 218 ପଜିଟିଭ ବାହାରିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.