ETV Bharat / state

ଦନ୍ତାହାତୀ ଆକ୍ରମଣରେ ଯୁବକ ଗୁରୁତର

author img

By

Published : Nov 29, 2020, 4:27 PM IST

ଦନ୍ତାହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି କେନ୍ଦୁଝରର ଜଣେ ଯୁବକ । ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଦନ୍ତାହାତୀ ଆକ୍ରମଣରେ ଯୁବକ ଗୁରୁତର
ଦନ୍ତାହାତୀ ଆକ୍ରମଣରେ ଯୁବକ ଗୁରୁତର

କେନ୍ଦୁଝର: ଜିଲ୍ଲା ସ୍ଥିତ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ନାଳକୁ ଶୌଚ ପାଇଁ ଯାଇଥିବା ଜଣେ ଯୁବକ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଦନ୍ତା ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହେବାରୁ ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଆଜି(ରବିବାର) କେନ୍ଦୁଝର ଜିଲ୍ଲା କରମଙ୍ଗି ଗାଁର ସନ୍ତୋଷ ନାୟକ ନାମକ ଜଣେ ଯୁବକ ଗାଁ ପାଖ ଜଙ୍ଗଲରେ ଥିବା ଏକ ନାଳକୁ ଶୌଚ ପାଇଁ ଯାଇଥିଲେ । ଅନ୍ୟଏକ ସ୍ଥାନରେ ହାତୀପଲ ଚାଷଜମିରେ ଫସଲ ନଷ୍ଟ କରୁଥିବାରୁ କିଛି ଯୁବକ ହାତୀପଲଙ୍କୁ ଘଉଡାଉଥିଲେ । ଏହିସମୟରେ ସନ୍ତୋଷ ଦନ୍ତାହାତୀଙ୍କ ସମ୍ମୁଖରେ ପଡିଯାଇଥିଲେ ।

ଦନ୍ତାହାତୀ ଆକ୍ରମଣରେ ଯୁବକ ଗୁରୁତର

ଦନ୍ତାହାତୀଟି ସନ୍ତୋଷଙ୍କୁ ଷୁଣ୍ଢରେ ଟେକି ଫିଙ୍ଗିଦେବାରୁ ସେ ଏକ ଉଈହୁଙ୍କାରେ ମୁହଁମାଡି ପଡିଯାଇଥିଲେ । ଏଥିରେ ସନ୍ତୋଷଙ୍କ ଛାତିରେ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.