ETV Bharat / state

ଦନ୍ତାହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଦନ୍ତା ଆକ୍ରମଣରେ ଯୁବକ ମୃତ । ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କାର ପ୍ରାଥମିକ ସହାୟତା ଯୋଗାଇ ଦିଆଯିବା ନେଇ ବନ ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁ...

author img

By

Published : May 17, 2021, 10:18 PM IST

Updated : Jun 19, 2021, 5:15 PM IST

ଦନ୍ତାହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
ଦନ୍ତାହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

କେନ୍ଦୁଝର: ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ । ଏକ ବଣୁଆ ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଅଧିନ ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତ ଶିରିଆବାହାଳ ଗ୍ରାମର ଗୌରଚନ୍ଦ୍ର ନାୟକ ବୋଲି ଜଣାପଡିଛି । ସେ କୌଣସି କାର୍ଯ୍ୟ ପାଇଁ ଗାଁ ମୁଣ୍ଡ ଘାଗି ସାହି ଆମ୍ବ ବଗିଚାକୁ ଯାଇଥିଲେ । ସୂଚନାନୁଯାୟୀ ସେଠାରେ ଏକ ଦନ୍ତାହାତୀ ସହ ମୁହାଁମୁହିଁ ହୋଇଯିବାରୁ ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ମାରି ଦେଇଛି । କିଛି ସମୟ ଧରି ମୃତଦେହଟିକୁ ରକ୍ତ ରଞ୍ଜିତ କରିବା ପରେ ମୃତଦେହଟିକୁ ଛାଡି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି ।

ଦନ୍ତାହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ବନ ବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତେଲକୋଇ ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ଆଣିଛନ୍ତି । ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କାର ପ୍ରାଥମିକ ସହାୟତା ଯୋଗାଇ ଦିଆଯିବା ସହ ସରକାରୀ ସହାୟତା ଯୋଗାଇ ଦିଆଯିବ ନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Jun 19, 2021, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.