କେନ୍ଦୁଝର: 2019 ଲୋକସଭା ନିର୍ବାଚନରେ ଏକ-ତୃତୀୟାଂଶ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏହିକ୍ରମରେ କେନ୍ଦୁଝର ସଂରକ୍ଷିତ ସଂସଦୀୟ ଲୋକସଭା ଆସନରୁ ରାଜନୀତିରେ ସମ୍ପୂର୍ଣ୍ଣ ଭାବେ ନବାଗତା ଚନ୍ଦ୍ରାଣୀ ମୂର୍ମୂଙ୍କୁ ପ୍ରାର୍ଥୀ କରିଛି ଦଳ । ସବୁଠାରୁ କମ୍ ବୟସ୍କ ପ୍ରାର୍ଥୀ ଭାବେ ଏଥର ନିର୍ବାଚନ ମୈଦନାକୁ ଓହ୍ଲାଇଛନ୍ତି ସେ।
ଭିଡିଓ ସୌଜନ୍ୟ: ସମ୍ବାଦଦାତ, ଈଟିଭି ଭାରତ 'ଈଟିଭି ଭାରତ' ପକ୍ଷରୁ ଚାଲିଥିବା ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମେ ଭେଟିଥଲୁ ଚନ୍ଦ୍ରାଣୀ ମୂର୍ମୂଙ୍କୁ । ନିର୍ବାଚନ ଲଢିବା ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ, ଦଳୀୟ ସୁପ୍ରିମୋ ତାଙ୍କ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି । ନିର୍ବାଚନରେ ବିଜୟୀ ହେଲେ ସାଂସଦ ପାଣ୍ଠିର ସଠିକ ବନିଯୋଗ କରିବା ଉପରେ ଗୁରୁତ୍ବ ଦେବି । ଏଥିସହିତ ମହିଳା ସଶକ୍ତିକରଣ ଉପରେ କାମ କରିବି।
କେନ୍ଦୁଝରର ସନ୍ତୋଷ ମହାପାତ୍ର, ଈଟିଭି ଭାରତ