ETV Bharat / state

ବାଇକ୍ ଉପରେ ଚଢ଼ିଗଲା ୧୨ ଚକିଆ ଟ୍ରକ, ଦୁଇ ବାଇକ ଆରୋହୀ ମୃତ - truck hits bike

ବାଇକ୍ ଉପରେ ଚଢ଼ିଗଲା ୧୨ଚକିଆ ଟ୍ରକ, ଦୁଇ ବାଇକ ଆରୋହି ମୃତ । କେନ୍ଦୁଝର ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ଭଗାମୁଣ୍ଡା ଆଶ୍ରମ ସ୍କୁଲ୍ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

truck hits bike, two people dead
ବାଇକ୍ ଉପରେ ଚଢ଼ିଗଲା ୧୨ଚକିଆ ଟ୍ରକ, ଦୁଇ ବାଇକ ଆରୋହୀ ମୃତ
author img

By

Published : Oct 4, 2020, 7:57 AM IST

କେନ୍ଦୁଝର: ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ଭଗାମୁଣ୍ଡା ଆଶ୍ରମ ସ୍କୁଲ୍ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ୧୨ଚକିଆ ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି ।

ଖବର ଅନୁଯାୟୀ ଆଜି ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ନୂଆଗାଁ ଗ୍ରାମର ସଞ୍ଜିତ ମହାରଣା ଓ ହିମାଂଶୁ ପାତ୍ର ଏକ ହିରୋ ସିଡି ଡିଲକ୍ସ (ଓଡି ୦୯ ଆର୍ ୭୩୯୨) ଯୋଗେଁ କୌଣସି କାମରେ ହରିଚନ୍ଦନପୁର ଆସିଥିଲେ । ସେଠାରୁ କାମ ସାରି ଅପରାହ୍ନ ସମୟରେ ଘରକୁ ଫେରୁଥିବା ବେଳେ ଭଗାମୁଣ୍ଡା ଆଶ୍ରମ ସ୍କୁଲ୍ ନିକଟରେ ଅଚାନକ ବିପରୀତ ଦିଗରୁ ଏକ ୧୨ଚକିଆ ଟ୍ରକ ଦୃତଗତିରେ ଆସି ବାଇକ୍ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ଦେଖି ଟ୍ରକ ଚାଳକ ନିଜର ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଖସି ପଳାଇଆସି ହରିଚନ୍ଦନପୁର ଥାନା ସମ୍ମୁଖରେ ଗାଡ଼ି ରଖି ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି। ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ଉକ୍ତ ରାସ୍ତା ଦେଇ ଭାରି ଯାନ ଚଳାଚଳ ବନ୍ଦ କରାଯାଇଥିଲା ବେଳେ ମଧ୍ୟ ସ୍ପଷ୍ଟ ଦିବାଲୋକରେ ଗାଡି ଚଳାଚଳ ଜାରି ରହିଛି । ମୃତ ଦୁଇ ବ୍ୟକ୍ତିଙ୍କୁ କ୍ଷତି ପୂରଣ ଦାବି କରିବା ସହ ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ କରିବା ଦାବି କରି ଅବରୋଧ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.