ETV Bharat / state

ବିଚାରଧୀନ କଏଦୀର ହୃଦଘାତରେ ମୃତ୍ୟୁ - prisoner died

ଶୁକ୍ରବାର କେନ୍ଦୁଝର ମୁଖ୍ୟ କାରଗାରରେ ଥିବା ବିଚାରଧିନ କଏଦୀର ହୃଦଘାତରେ ମୃତ୍ୟୁ ହୋଇଛି । ପୋକ୍ସୋ ମାମାଲାରେ ସେ ବିଚାରଧୀନ ଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

prisoner died
ବିଚାରଧିନ କଏଦୀର ହୃଦଘାତରେ ମୃତ୍ୟୁ
author img

By

Published : Dec 20, 2019, 5:18 PM IST

କେନ୍ଦୁଝର: ପୋକ୍ସୋ ମାମଲାରେ ବିଚରାଧୀନ କଏଦୀର ହୃଦଘାତରେ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ମୁଖ୍ୟ କାରଗାରରେ । ମୃତ କଏଦୀ ହେଲେ ତୁରି ମୁଣ୍ଡା । ସାଥି କଏଦୀ ବନ୍ଧୁକୁ ଫାଶୀ ଦଣ୍ଡାଦେଶ ଖବର ଶୁଣି ସେ ହୃଦଘାତରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି ।

ବିଚାରଧିନ କଏଦୀର ହୃଦଘାତରେ ମୃତ୍ୟୁ

ସୂଚନା ଅନୁସାରେ, ଶୁକ୍ରବାର ସକାଳ ୧୦ଟା ୫୦ ମିନିଟ ସମୟରେ ତୁରି ମୁଣ୍ଡା ଖାଦ୍ୟ ସଂଗ୍ରହ କରି ନିଜ ରୁମକୁ ଯାଇଥିଲେ । ଖାଦ୍ୟ ଖାଇବାପାଇଁ ତଳେ ବସିଥିବାବେଳେ ହଠାତ୍ ଟଳି ପଡିଥିଲେ । ତାଙ୍କୁ ଜେଲ ଡାକ୍ତର ଦେଖିବାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କହିଛନ୍ତି ଜେଲ କର୍ତ୍ତୃପକ୍ଷ ।

ପ୍ରକାଶ ଯେ, ସେହି ଜେଲରେ ପୋକ୍ସୋ ମାମଲାରେ ଗିରଫ ହୋଇ ବନ୍ଦୀ ଥିବା ସୁନୀଲ ନାଏକଙ୍କୁ ବୁଧବାର କେନ୍ଦୁଝର ପୋକ୍ସୋ ସ୍ବତନ୍ତ୍ର କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:କେନ୍ଦୁଝର ମୁଖ୍ୟ କାରାଗାରରେ ଜଣେ କଏଦୀର ହୃଦଘାତରେ ମୃତ୍ୟୁ Body: ଆଙ୍କର-କେନ୍ଦୁଝର ଜେଲ ରେ ପୋକ୍ସ ମାମଲାରେ ଏକ କଏଦୀଙ୍କ ମୃତ୍ୟୁ ହୋଇଛି । ଜିଲ୍ଲା କାରାଗାରରେ ଥିବା କଏଦୀଙ୍କ ନାଁ ଟୁରି ମୁଣ୍ଡା ବୋଲି ଜଣା ପଡିଥିବା ବେଳେ ପଣ୍ଡାପଡା ଥାନା ଅନ୍ତର୍ଗତ ମିଶ୍ରମାଳ ଗ୍ରାମରେ ତା ଘର ବୋଲି ଜଣାପଡିଛି। ଆଜି ସକାଳ୧୦ ୫୦ ମିନିଟ ସମୟରେ ସମ୍ପୃକ୍ତ କଏଦୀ ଜଣକ ଖାଦ୍ୟ ସଂଗ୍ରହ କରି ନିଜ ରୁମକୁ ଯାଇଥିଲେ । ଖାଦ୍ୟ ଖାଇବାପାଇଁ ତଳେ ବସିଥିବାବେଳେ ସେ ଟଳି ପଡ଼ିଥିଲେ ।ତାଙ୍କୁ ଜେଲ ଡାକ୍ତର ଦେଖିବାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର ତାଙ୍କୁ ହୁଦଘାତ ରେ ମୃତ୍ୟୁ ହୋଇଥିବା ଜେଲ କତ୍ତୃପକ୍ଷ ପ୍ରକାଶ କରିଛନ୍ତି । ପ୍ରକାଶ ଯେ ସେହି ଜେଲରେ ପୋକ୍ସ ମାମଲାରେ ଗିରଫ ହୋଇ ବନ୍ଦିଥିବା ସୁନୀଲ ନାଏକ ଙ୍କୁ ବୁଧବାର କେନ୍ଦୁଝର ପୋକ୍ସ ସ୍ୱତନ୍ତ୍ର କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛି ।

ବାଇଟ- ଗରିବ ସାହୁ (ଜେଲ ସୁପରିଟେଣ୍ଡେଣ୍ଟ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.