ETV Bharat / state

କାଉଡିଆଙ୍କ ବୋଲବମ ଧ୍ବନିରେ କମ୍ପିଲା କୁଶଳେଶ୍ବର ମନ୍ଦିର - ଆନନ୍ଦପୁର ଖବର

ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ପାଇଁ ଆନନ୍ଦପୁର ଉପଖଣ୍ଡର ପ୍ରସିଦ୍ଧ ଶୈବପୀଠ ଦେଓଗାଁସ୍ଥିତ ବାବା କୁଶଳେଶ୍ବର ମନ୍ଦିରରେ ଲାଗିଛି କାଉଡିଆଙ୍କ ଭିଡ ।

ଫଟୋ ସୌଜନ୍ୟ:ପ୍ରତିନିଧି, ଆନନ୍ଦପୁର
author img

By

Published : Aug 5, 2019, 10:57 AM IST

ଆନନ୍ଦପୁର: ଆଜି ହେଉଛି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ଏଥିପାଇଁ ରାଜ୍ୟର ସବୁ ଶିବାଳୟମାନଙ୍କରେ କାଉଡିଆ ଭକ୍ତଙ୍କର ଭିଡ଼ ଲାଗିଥିବାବେଳେ ଏଥିରୁ ବାଦ ପଡିନି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ପ୍ରସିଦ୍ଧ ଶୈବପୀଠ ଦେଓଗାଁସ୍ଥିତ ବାବା କୁଶଳେଶ୍ବର ମନ୍ଦିର ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଆନନ୍ଦପୁର

ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତମାନେ ବାବାଙ୍କୁ ଜଳାଭିଷେକ କରିବା ପାଇଁ ମନ୍ଦିରରେ ଭିଡ଼ ଜମାଇଛନ୍ତି । ବୋଲବମ ହର ହରବମ ଧ୍ବନିରେ ପ୍ରକମ୍ପିତ ହୋଇଛି ପୁରା ପରିବେଶ । ଏଥିପାଇଁ ଭୋର ୪ଟାରୁ କୁଶଳେଶ୍ବର ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଥିଲା ।

ପରେ ମନ୍ଦିର ମଧ୍ୟକୁ ଭକ୍ତମାନଙ୍କୁ ଛଡ଼ାଯାଇଥିଲା । ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପାଖାପାଖି ୧୦ହଜାରରୁ ଊର୍ଦ୍ଧ୍ବ ଭକ୍ତ ଜଳାଭିଷେକ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:
ଆନନ୍ଦପୁର
ଆଙ୍କର-ଆଜି ହେଉଛି ଶ୍ରାବଣ ତୃତିୟ ସୋମବାର। ଏଥିପାଇଁ ରାଜ୍ୟ ସାରା ସବୁ ଶିବାଳୟ ମାନଙ୍କରେ କାଉଁରିଆ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିବା ବେଳେ ଏଥିରୁ ବାଦ ପଡିନି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ର ପ୍ରସିଦ୍ଧ ଶୈବପୀଠ ଦେଓଗାଁ ସ୍ଥିତ ବାବା କୁଶଳେଶ୍ୱର ମନ୍ଦିର । ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ମାନେ ପାଣି ଭାର ଆଣି ବାବାଙ୍କୁ ଜଳାଭିଷେକ କରିବା ପାଇଁ ମନ୍ଦିର ରେ ଭିଡ଼ ଜମାଇଛନ୍ତି । ବୋଲବମ ହରହରବମ ଧ୍ୱନି ରେ ପ୍ରକମ୍ପିତ ହୋଇଛି ପୁରା ଅଞ୍ଚଳ। ଭୋର ୪ଟାରୁ ନୀତିକାନ୍ତି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ମନ୍ଦିରକୁ ଭକ୍ତ ମାନଙ୍କୁ ଛଡ଼ାଯାଇଥିଲା। ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପାଖାପାଖି ୧୦ହଜାର ରୁ ଉର୍ଦ୍ଧ୍ବ ଭକ୍ତ ଜଳାଭିଷେକ କରିଛନ୍ତି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.