ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅଭିରାମପୁରଠାରେ ବିଜେପି ଦଳ ପକ୍ଷରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ । କୋରୋନା ମହାମାରୀ ସମୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବିଜେପି ଜାତୀୟ ସଭାପତି ଜେ.ପି ନଡ଼ାଙ୍କ ଆହ୍ବାନକ୍ରମେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ବହୁ ବିଜେପି କର୍ମୀ ଓ ସାଧାରଣ ଲୋକ ରକ୍ତଦାନ କରୁଥିବା ଦେଖିବାକୁ ମିଳିଛି ।
ତେବେ ବିଜେପି ଘସିପୁରା ଅଞ୍ଚଳର ଯୁବ ନେତା ଦିପକ ଯେନାଙ୍କ ନେତୃତ୍ଵରେ ଏହି କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ