ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପାହାଡପୁର ନିକଟରେ ଜଣେ ଯୁବକ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି । 4ରୁ 5 ଜଣ ଦୁର୍ବୃତ୍ତ ଯୁବକଙ୍କୁ ଆକ୍ରମଣ କରିବା ସହ ବାଇକ୍ ଲୁଟିନେଇଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଭଗାନଇ ଗ୍ରାମର ରବିନ୍ଦ୍ର ଦେହୁରୀ ନିଜ ଶଳାକୁ ଶ୍ବଶୁର ଘରେ ଛାଡି ଆସୁଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକ ଜଣକ ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପାହାଡପୁର ନିକଟସ୍ଥ ନିର୍ଜନ ରାସ୍ତାରେ ଆସୁଥିବା ବେଳେ ଚାରିରୁ ପାଞ୍ଚ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରି ବାଇକ ଲୁଟି ନେଇଛନ୍ତି ।
ଖବର ପାଇବା ପରେ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ଗାଁ ଲୋକ ଓ ପରିବାର ଲୋକେ ପହଞ୍ଚି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହିଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । କେବଳ ଲୁଟ ଉଦ୍ଦେଶ୍ୟରେ ଆକ୍ରମଣ ହୋଇଥିଲା କି ପୂର୍ବ କୌଣସି ଶତ୍ରୁତା କାରଣରୁ ହୋଇଛି, ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ