କେନ୍ଦୁଝର: ସରକାର ଏବେ ସମସ୍ତ ମେଡିକାଲ ଓ ପରିବହନ କାର୍ଯ୍ୟାଳୟରୁ ଦଲାଲ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଉକ୍ତ କାର୍ଯ୍ୟାଳୟ ମାନଙ୍କରେ ଚଢ଼ାଉ ଜାରି ରଖିଛି ।
ଟାଉନ ପୋଲିସ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରୁ ୪ ଜଣ ଦଲାଲଙ୍କୁ ରୋଗୀ ଚାଲାଣ କରୁଥିବା ସମୟରେ ଧରାପଡିଛନ୍ତି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ଦଲାଲି କରୁଥିବା ୬ ଜଣ ଦଲାଲକୁ ଗିରଫ କରିଛି । ଏହି ଦଲାଲମାନେ ବିଭିନ୍ନ ସମୟରେ ରୋଗୀଙ୍କୁ ପ୍ରଭାବିତ କରିଥାନ୍ତି । ତାଙ୍କୁ ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯାଇଛି । ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପ୍ରକାଶ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ