ETV Bharat / state

13 ଦଫା ଦାବି ନେଇ କ୍ୟାମ୍ପସ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ କେନ୍ଦୁଝର ସହର ଠାରେ ଖୋଲିଛି । ଏହି ଦ୍ବିତୀୟ କ୍ୟାମ୍ପସ ତିନି ବର୍ଷ ଧରି ଖୋଲିଥିଲେ ମଧ୍ୟ କିଛି ମୌଳିକ ସୁବିଧା ସୁଯୋଗ ମିଳୁନଥିବା ଅଭିଯୋଗ ହୋଇଛି ।

author img

By

Published : Aug 21, 2019, 2:46 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ କେନ୍ଦୁଝର ସହର ଠାରେ ଖୋଲିଛି । ଏହି ଦ୍ବିତୀୟ କ୍ୟାମ୍ପସ ତିନି ବର୍ଷ ଧରି ଖୋଲିଥିଲେ ମଧ୍ୟ କିଛି ମୌଳିକ ସୁବିଧା ସୁଯୋଗ ମିଳୁନଥିବା ଅଭିଯୋଗ ହୋଇଛି । କ୍ୟାମ୍ପସ ଖୋଲିବା ଦିନଠାରୁ ସବୁଦିନ ଚଳାଚଳ ରାସ୍ତା ମଧ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

ଏହି ଦ୍ବିତୀୟ କ୍ୟାମ୍ପସରେ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ଭିତରେ ଟିଚିଂ ଶିକ୍ଷକ ପଦବୀ ଥିଲେ ତାହା ମଧ୍ୟ ପୂରଣ ହୋଇପାରୁନାହିଁ । କ୍ୟାମ୍ପସ ମଧ୍ୟରେ ଏଟିଏମ, ପିଇବାପାଣି, କ୍ୟାଣ୍ଟିନ, ୱାଇଫାଇ, ପାର୍କିଂ, ଏମିତିକି ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର କମନ ରୁମର ମଧ୍ୟ ବ୍ୟବସ୍ଥା ନାହିଁ ।

ଏହିଭଳି ଅବ୍ୟବସ୍ଥା କ୍ୟାମ୍ପସ ମଧ୍ୟରେ ଜାରି ରହିଥିବା ବେଳେ କଲେଜ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି । ଆଜି ୧୩ ଦଫା ଦାବି ନେଇ କଲେଜର ଛାତ୍ରଛାତ୍ରୀଙ୍କ ପକ୍ଷରୁ କଲେଜ ଗେଟ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି ।

ପରେ ଦ୍ବିତୀୟ କ୍ୟାମ୍ପସର ନିର୍ଦ୍ଦେଶକ ଛାତ୍ରଛାତ୍ରୀଙ୍କ ଦାବି ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ କିଛି ଦାବି ଶୀଘ୍ର ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ - ୧୩ ଦଫା ଦାବି ନେଇ କ୍ୟାମ୍ପସ ଗେଟ ରେ ତାଲା ପକେଇଲେ ଛାତ୍ରଛାତ୍ରୀBody:
ଆଙ୍କର- ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ କେନ୍ଦୁଝର ସହର ଠାରେ ଖୋଲିଅଛି । ଏହି ଦ୍ୱିତୀୟ କ୍ୟାମ୍ପସ ତିନି ବର୍ଷ ଧରି ଖୋଲିଥିଲେ ମଧ୍ୟ କିଛି ମୌଳିକ ସୁବିଧା ସୁଯୋଗ ମିଳୁ ନଥିବା ଅଭିଯୋଗ ହେଉଛି । କ୍ୟାମ୍ପସ ଖୋଲିବା ଦିନଠାରୁ ସବୁଦିନ ଚଳାଚଳ ରାସ୍ତା ମଧ୍ୟ ସମ୍ପୂର୍ଣ୍ଣ ହେଇପାରୁନାହିଁ । ଏହି ଦ୍ୱିତୀୟ କ୍ୟାମ୍ପସ ରେ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ଛାତ୍ରଛାତ୍ରୀ ଙ୍କ ପାଇଁ କ୍ୟାମ୍ପସ ଭିତରେ ଟିଚିଂ ଶିକ୍ଷକ ପଦବୀ ଥିଲେ ମଧ୍ୟ ପୂରଣ ହେଇପାରୁନାହିଁ । କ୍ୟାମ୍ପସ ମଧ୍ୟରେ ଏଟିଏମ,ପିଇବାପାଣି,କ୍ୟାଣ୍ଟିନ,ୱାଇଫାଇ,ପାର୍କିଂ, ଛାତ୍ର ଛାତ୍ରୀ ଙ୍କ ପାଇଁ ସ୍ୱତନ୍ତ୍ର କମନ ରୁମ ଏହି ଭଳି ବହୁ ମୌଳିକ ବ୍ୟବସ୍ଥା ନାହିଁ । ଏହି ଭଳି ଅବ୍ୟବସ୍ଥା କ୍ୟାମ୍ପସ ମଧ୍ୟରେ ଜାରି ରହିଥିବା ବେଳେ କଲେଜ ପ୍ରଶାସନ ଶୁଣୁ ନଥିବା ଅଭିଯୋଗ ହେଇ ଆସୁଛି । ଆଜି ୧୩ ଦଫା ଦାବି ନେଇ କଲେଜ ର ଛାତ୍ରଛାତ୍ରୀ ଙ୍କ ପକ୍ଷରୁ କଲେଜ ଗେଟ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଥିଲେ । ପରେ ଦ୍ୱିତୀୟ କ୍ୟାମ୍ପସର ନିର୍ଦେଶକ ଛାତ୍ରଛାତ୍ରୀଙ୍କ ଦାବି ନେଇ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଜଣେଇବା ସହ କିଛି ଦାବି ଶୀଘ୍ର ପୁରନ କରିବାକୁ ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହୁତ ହୋଇଥିଲା ।
ବାଇଟ-୧-ଜୟସ୍ମିତା ବାରିକ( ଛାତ୍ରୀ)
ବାଇଟ-୨-ସୌରଭ ମହାନ୍ତ( ଛାତ୍ର)
ବାଇଟ-୩-ଡ଼ ହୀରାଲାଲ ଦାଶ( ନିର୍ଦେଶକ, ଦ୍ୱିତୀୟ କ୍ୟାମ୍ପସ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.