ETV Bharat / state

୧୦୪ କୋଟିର ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ପାଇଁ ଧନ୍ୟବାଦ ଦେଲେ ମନ୍ତ୍ରୀ - minister thanked for the approval

୧୦୪ କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ଅନୁମୋଦନ ପାଇଁ ଧନ୍ୟବାଦ ଦେଲେ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଲା କ୍ୟାବିନେଟ ବୈଠକ । ଅଧିକ ପଢନ୍ତୁ...

୧୦୪ କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ଅନୁମୋଦନ ପାଇଁ ଧନ୍ୟବାଦ ଦେଲେ ମନ୍ତ୍ରୀ

author img

By

Published : Jul 17, 2021, 10:46 PM IST

କେନ୍ଦୁଝର: ୧୦୪ କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ଅନୁମୋଦନ ପାଇଁ ଧନ୍ୟବାଦ ଦେଲେ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଲା କ୍ୟାବିନେଟ ବୈଠକ । ବୈଠକରେ 15 ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର । ଭିସି ଯୋଗେ ଅଧ୍ୟକ୍ଷତା କରୁଥିଲେ ମୁଖ୍ୟମନ୍ତ୍ରୀ । ଏହି ଗୁରତ୍ୱପୂର୍ଣ ପ୍ରସ୍ତାବ ମଧ୍ୟରେ ଚମ୍ପୁଆ ଓ ଯୋଡ଼ା ସହରାଞ୍ଚଳ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

୧୦୪ କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ଅନୁମୋଦନ ପାଇଁ ଧନ୍ୟବାଦ ଦେଲେ ମନ୍ତ୍ରୀ

ଏହି ଦୁଇ ସହରାଞ୍ଚଳର ଜଳଯୋଗାଣ ପାଇଁ ୧୦୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଦୁଇ ସହରାଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥା ଗ୍ରହଣ ପାଇଁ ସ୍ଥାନୀୟ ଦରବାର ହଲ ଠାରେ ଏକ ଧନ୍ୟବାଦ ସଭାର ଆୟୋଜନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଉପସ୍ଥିତ ରହି ଏହି ବ୍ୟୟ ବରାଦକୁ ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜଳ ଯୋଗାଣ ଦ୍ୱାରା ଆଗାମୀ ଦିନରେ ଚମ୍ପୁଆ ଓ ଯୋଡ଼ା ବାସୀ ଜଳକଷ୍ଟରୁ ତ୍ରାହି ପାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.