ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସରେଇଁ ଗ୍ରାମକୁ ବିଦ୍ୟୁତ ବିଭାଗ ପକ୍ଷରୁ ଏଲଇଡି ଗ୍ରାମ ଘୋଷଣା । ଏଥି ସହିତ ଗ୍ରାମବାସୀଙ୍କୁ ମାଗଣା ଏଲଇଡି ବଲବ୍ ମଧ୍ୟ ବଣ୍ଟା ଯାଇଛି ।
ବିଧାୟକ ବଦ୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ବିଦ୍ୟୁତ ବିଭାଗର ଏସଡ଼ିଓ ସୂର୍ଯ୍ୟକାନ୍ତ ବେହେରା ଏଲଇଡି ବଲର ଉପକାରିତା ବିଷୟରେ ଲୋକଙ୍କୁ ବୁଝାଇବା ସହ ଗ୍ରାମର ସବୁ ଘରେ ଏବଂ ରାସ୍ତାରେ ଏହି ବଲବ ଲାଗିଥିବା କହିଛନ୍ତି ।
ଗ୍ରାମର ୱାର୍ଡ଼ ମେମ୍ବର ରବୀନ୍ଦ୍ର ସାହୁ ଶେଷରେ ବିଦ୍ୟୁତ ବିଭାଗର ଏହି କାର୍ଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବ ବାହିନୀର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ