ETV Bharat / state

ଆନନ୍ଦପୁରରେ ପ୍ରଥମାଷ୍ଟମୀ ପାଳନ - ଜ୍ୟେଷ୍ଠ ସନ୍ତାନ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ପାଳନ କରାଯାଇଛି ପ୍ରଥମାଷ୍ଟମୀ । ଘରର ଜ୍ୟେଷ୍ଠ ସନ୍ତାନଙ୍କୁ ନୂଆ ଜାମା ପରିଧାନ କରାଯିବା ସହ ବନ୍ଦାପନା କରାଯାଇଛି ।

କେନ୍ଦୁଝରରେ ପ୍ରଥମାଷ୍ଟମୀ ପାଳନ
କେନ୍ଦୁଝରରେ ପ୍ରଥମାଷ୍ଟମୀ ପାଳନ
author img

By

Published : Dec 8, 2020, 5:04 PM IST

ଆନନ୍ଦପୁର: ଆଜି(ମଙ୍ଗଳବାର) ଓଡ଼ିଶାର ପୁର ଠାରୁ ପଲ୍ଲି ପର୍ଯ୍ୟନ୍ତ ଘରେଘରେ ପାଳନ ହେଉଛି ଗଣପର୍ବ ପ୍ରଥମାଷ୍ଟମୀ । ଏହାକୁ ଆନନ୍ଦର ସହ ପାଳନ କରିବା ସହିତ ଘରର ଜ୍ୟେଷ୍ଠ ସନ୍ତାନଙ୍କୁ ନୂଆ ଜାମା ପରିଧାନ କରାଯିବା ସହ ବନ୍ଦାପନା କରାଯାଏ । ଏହି ଅବସରରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ପାଳନ କରାଯାଇଛି ପ୍ରଥମାଷ୍ଟମୀ ।

କେନ୍ଦୁଝରରେ ପ୍ରଥମାଷ୍ଟମୀ ପାଳନ

ସକାଳୁ ଘରର ଗୃହିଣୀମାନେ ବୃନ୍ଦାବତୀଙ୍କ ପାଖରେ ମୁରୁଜ ଆଉ ଝୋଟି ପକାଇ ଚଉରାକୁ ସଜାଇଛନ୍ତି । ଏହାସହ ପୂଜାଘରେ ଲଷ୍ମୀ ଠାକୁରାଣୀଙ୍କୁ ପୂଜା କରାଯାଇ ନୂଆ ଡ୍ରେସକୁ ପୂଜା କରି ଘରର ବଡ ସନ୍ତାନଙ୍କୁ ବନ୍ଦାପନା କରାଯାଇଛି ।

ଏହାଦ୍ବାରା ବଡ଼ମାନଙ୍କ ପ୍ରତି ସମ୍ମାନ ରହିଥାଏ । ଘରେ ଘରେ ବାସେ ଏଣ୍ଡୁରି ପିଠା ମହକ । ଛୋଟ ପିଲାମାନେ ନୂଆ ଡ୍ରେସପିନ୍ଧି ବହୁତ ଖୁସି ମନାଇଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.