ETV Bharat / state

3 ଦିନରେ ପହଞ୍ଚିଲା ଡାକ୍ତର ପଦବୀ ପୂରଣ ଦାବିରେ ଗଣଧାରଣା - patana community health centre

ଡାକ୍ତର ପଦବୀ ପୂରଣ ଦାବିରେ କେନ୍ଦୁଝର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଫଳରେ ଆସନ୍ତାକାଲି ଠାରୁ ପାଟଣା ଅଞ୍ଚଳର ବୁଦ୍ଧିଜୀବୀ ଓ ସାମଜିକ କର୍ମୀମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ପୂରଣ ଦାବି;  ତିନି ଦିନରେ ପହଞ୍ଚିଲା ଗଣଧାରଣା

author img

By

Published : Feb 18, 2021, 1:10 PM IST

କେନ୍ଦୁଝର:ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ ପାଇଁ ପାଟଣାବାସୀ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିନାହିଁ । ଫଳରେ ସୋମବାର ୧୨ ଘଣ୍ଟିଆ ପାଟଣା ବନ୍ଦ ଡାକରା ଦିଆଯାଇଥିଲା ।

ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ପୂରଣ ଦାବି; ତିନି ଦିନରେ ପହଞ୍ଚିଲା ଗଣଧାରଣା

ଯେ ପର୍ଯ୍ୟନ୍ତ ଡାକ୍ତର ପଦବୀ ପୂରଣ ନ ହେବ ସେ ପର୍ଯ୍ୟନ୍ତ ପ୍ରତିକ ଆନ୍ଦୋଳନ କରାଯିବା ସହିତ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା ଆରମ୍ଭ ହୋଇଥିଲା। ଏହି ଗଣଧାରଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି । ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ଡାକ୍ତର ପଦବୀ ପୂରଣ ନହେଲେ ଆସନ୍ତାକାଲି ଠାରୁ ପାଟଣା ଅଞ୍ଚଳର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.