କେନ୍ଦୁଝର: କେନ୍ଦୁଝର ସହରରେ ଦୀର୍ଘଦିନ ଧରି ଗରମ ଅନୁଭୂତ ହେଉଥିଲା । ଏଥିପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ଆଜି ସକାଳୁ ଏହି ଗରମରୁ ସାମୟିକ ଆଶ୍ଵସ୍ତି ମିଳିଛି । ସକାଳୁ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି ।
ହଠାତ୍ ପବନ ସହ କଳା ମେଘ ଘୋଟି ଯାଇଥିଲା । ଅଦିନିଆ ବର୍ଷା ଯୋଗୁଁ ରାସ୍ତା ଶୂନଶାନ ହୋଇଯିବା ସହ ଯିଏ ଯେଉଁଟି ମୁଣ୍ଡ ଗୁଞ୍ଜିବାକୁ ଚେଷ୍ଟା କରିଥିଲେ । କିଛି ସମୟ ବର୍ଷା ପରେ ସହର ଓ ନିକଟସ୍ଥ ଅଞ୍ଚଳରେ ଥଣ୍ଡା ଅନୁଭୂତ ହେଉଛି । ଆଉ ଗୋଟିଏ ଦିନ ବର୍ଷା ହେବ ବୋଲି ଜଣାପଡିଛି।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ