ETV Bharat / state

କୋଭିଡ଼ ହସ୍ପିଟାଲରେ ଆରମ୍ଭ ହେଲା ପ୍ରଥମ ପିଏସଏ ଅକ୍ସିଜେନେରେଟର - କେନ୍ଦୁଝର କୋଭିଡ ହସପିଟାଲ ଖବର

କେନ୍ଦୁଝର ଜିଲ୍ଲା ରାଙ୍କି ସ୍ଥିତ କୋଭିଡ଼ ଡାକ୍ତରଖାନାରେ ପ୍ରଥମ କରି ଆରମ୍ଭ ହୋଇଛି ପିଏସଏ ଟେକ୍ନୋଲୋଜି ବିଶିଷ୍ଟ ଅକ୍ସିଜେନେରେଟର ସେବା । ଅଧିକ ପଢନ୍ତୁ...

OXIGenerator service stared  in kendujhar covid hospital
କୋଭିଡ଼ ହସ୍ପିଟାଲରେ ଆରମ୍ଭ ହେଲା ପ୍ରଥମ ପିଏସଏ ଅକ୍ସିଜେନେରେଟର
author img

By

Published : May 13, 2021, 6:09 AM IST

କେନ୍ଦୁଝର: ଆରମ୍ଭ ହେଲା ପିଏସଏ ଅକ୍ସିଜେନେରେଟର ସେବା । କେନ୍ଦୁଝର ଜିଲ୍ଲା ରାଙ୍କି ସ୍ଥିତ କୋଭିଡ଼ ଡାକ୍ତରଖାନାରେ ପ୍ରଥମ କରି ଆରମ୍ଭ ହୋଇଛି ପିଏସଏ ଟେକ୍ନୋଲୋଜି ବିଶିଷ୍ଟ ଅକ୍ସିଜେନେରେଟର ।

କୋଭିଡ଼ ହସ୍ପିଟାଲରେ ଆରମ୍ଭ ହେଲା ପ୍ରଥମ ପିଏସଏ ଅକ୍ସିଜେନେରେଟର

ଏହି ଜେନେରରେଟର ଶତକଡା ୯୫% ସ୍ବଚ୍ଛ ଅମ୍ଳଜାନ ଉତ୍ପାଦନ କରୁଥିବା ବେଳେ ଗୋଟିଏ ଦିନରେ ୮.୫ଲକ୍ଷ ଲିଟର ଅକ୍ସିଜେନ ଯୋଗାଇବା କ୍ଷମତା ରଖିଛି। ଯାହାକୁ ନଜରରେ ରଖି କୋଭିଡ଼ ଡାକ୍ତରଖାନାରେ ଆଇସିୟୁ ସଂଖ୍ୟା ବୃଦ୍ଧି କରାଯାଇଛି । କୋଭିଡ଼ର ପ୍ରଥମ ଲହରରେ ୧୪ଟି ଆଇସିୟୁ ଥିବା ବେଳେ ଦ୍ବିତୀୟ ଲହରୀରେ ଅକ୍ସିଜେନ ଆବଶ୍ୟକ କରୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଏହି ବେଡ଼ ସଂଖ୍ୟା ୪୫ କୁ ବୃଦ୍ଧି କରାଯାଇଛି । ଯଦି ହିସାବକୁ ଦେଖାଯାଏ ଏହି ୪୫ ଟି ଆଇସିୟୁ ପାଇଁ ଦିନକୁ ୯୦ ଜୁମ୍ବୋ ସିଲିଣ୍ଡର ଆବଶ୍ୟକ ପଡେ ।

ଏହି ନୂତନ ଅକ୍ସିଜେନେରେଟର ଏହି ସିଲିଣ୍ଡର ସମସ୍ୟାକୁ ପୂରଣ କରି ପାରିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅନ୍ୟ ଜିଲ୍ଲାରେ ଏହି ଜେନେରେଟର ଆରମ୍ଭ ହୋଇନଥିବା ବେଳେ କେନ୍ଦୁଝର ଜିଲ୍ଲା ଏହା ପ୍ରଥମ ଭାବେ ଆରମ୍ଭ କରିବାରେ ସକ୍ଷମ ହୋଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.