ETV Bharat / state

ଅନଲାଇନ ଖେଳ ହେଲା କାଳ, ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ

author img

By

Published : Oct 3, 2020, 9:46 PM IST

ଲକ୍ ଡାଉନକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକ ସରକାର ବନ୍ଦ କରିବା ପରେ ଅନ୍‌ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଏବେ କୋମଳମତି ଶିଶୁଙ୍କ ପାଇଁ କାଳ ସାଜିଛି । ଅନଲାଇନ ଖେଳରେ ଲକ୍ଷାଧିକ ଟଙ୍କା ହାରିବା ପରେ ଆତ୍ମହତ୍ୟା କରିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର । ଅଧିକ ପଢନ୍ତୁ...

ଅନଲାଇନ ଖେଳ ହେଲା କାଳ, ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ
ଅନଲାଇନ ଖେଳ ହେଲା କାଳ, ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ

କେନ୍ଦୁଝର: ଲକ୍ ଡାଉନକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକ ସରକାର ବନ୍ଦ କରିବା ପରେ ଅନ୍‌ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଏବେ କୋମଳମତି ଶିଶୁଙ୍କ ପାଇଁ କାଳ ସାଜିଛି । ଅନଲାଇନ ଖେଳରେ ମା, ବାପାଙ୍କ ଜମା ଖାତାରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ୮ମ ଶ୍ରେଣୀର ଛାତ୍ର ବେକରେ ମାଙ୍କ ଶାଢୀ ବାନ୍ଧି ଆତ୍ମହତ୍ୟା ଘଟଣା ସମଗ୍ର ଯୋଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, କମାରଯୋଡା ବସ୍ତି ଅଞ୍ଚଳର ବିନୋଦ ଆପଟ୍ଟଙ୍କ ୧୪ବର୍ଷର ପୁଅ ଅମିତାଂଶୁ ଆପଟ୍ଟ ଘରର ବାଥରୁମ ଭେଣ୍ଟିଲେଟରରେ ମାଙ୍କ ଶାଢୀକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଅମିତାଂଶୁ ଯୋଡାର କୁନ୍ଦୁରୁନାଲାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀର ଛାତ୍ର । ବିଦ୍ୟାଳୟର ସେ ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା ।

ଗତ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ । ଅନ୍‌ଲାଇନ ପାଠପଢା ଆରମ୍ଭ ହେବା ପରେ ତାଙ୍କର ବାପା ବିନୋଦ ୧୩ ହଜାର ଟଙ୍କା ଦେଇ ଏକ ନୂଆ ସ୍ମାଟ ମୋବାଇଲ ତାଙ୍କ ପାଠ ପଢିବା ପାଇଁ କିଣିଆଣି ଦେଇଥିଲେ । ତେବେ ସେ ପାଠ ପଢିବା ସହିତ ଏହି ମୋବାଇଲ ଯୋଗେ ‘ଫ୍ରି ଫାୟାର’ ନାମକ ଏକ ଅନ୍‌ଲାଇନ ଖେଳ ଖେଳି ସେଥିରେ ବାପାଙ୍କ ଷ୍ଟେଟ ବ୍ୟାଙ୍କ ଜମା ଖାତାରୁ ୧ ମାସ ତଳେ ୩୫ ହଜାର ଟଙ୍କା ଖର୍ଚ୍ଚ କରିଦେଇଥିଲେ । ତେବେ ବାପା ବିନୋଦ ବ୍ୟାଙ୍କରେ ଏକଥା ପଚାରିବାରୁ ଏହା ଅନ୍‌ଲାଇନ ବ୍ୟବସ୍ଥାରେ ଏହି ଅର୍ଥ କଟିଥିବା ସେମାନେ ଜଣାଇଥିଲେ । ତେବେ ବାପା ବିନୋଦ ଏହି କଥାକୁ ବୁଝିନପାରି ନିରବ ରହିଥିଲେ । ପରେ ଅମିତାଂଶୁ ମା ଙ୍କ ଷ୍ଟେଟ ବ୍ୟାଙ୍କ ଜମା ଖାତାରୁ ୬୧ ହଜାର ଟଙ୍କାର ଏହି ଖେଳରେ ଖର୍ଚ୍ଚ କରିଦେଇଥିଲେ ।

ବିନୋଦ ଯେତେବେଳେ ସ୍ତ୍ରୀଙ୍କ ଏଟିଏମ୍ କାର୍ଡ ନେଇ ବ୍ୟାଙ୍କରୁ କିଛି ଟଙ୍କା ଉଠାଇବାକୁ ଗଲେ ସେତେବେଳେ ସେ ଜାଣିପାରିଲେ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରେ ମଧ୍ୟ ଟଙ୍କା ନାହିଁ । ପରେ ସେ ବ୍ୟାଙ୍କରେ ପଚାରିବାରୁ ସେ ଫ୍ରି ଫାୟାର ଅନ୍‌ଲାଇନ ଖେଳରେ ଏହି ଟଙ୍କା ଖର୍ଚ୍ଚ ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ସେ ପୁଅ ଅମିତାଂଶୁକୁ ଗୁରୁବାର ଦିନ ପଚାରାଉଚରା କରିଥିଲେ । ତେବେ ଘଟଣାଟି ଜଣାପଡିଯିବା ପରେ ସକାଳୁ ଅମିତାଂଶୁ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଅମିତାଂଶୁଙ୍କ ପିତା ବିନୋଦ ଜଣେ ଠିକାଦାର ଭାବେ କାର୍ଯ୍ୟ କରୁଥିବାବେଳେ ମା ଅଙ୍ଗନୱାଡି କର୍ମଚାରୀ ଭାବେ କାର୍ଯ୍ୟ କରିଥାନ୍ତି । ସୂଚନାଯୋଗ୍ୟ, ଏହି ଫ୍ରି ଫାୟାର ଅନାଲାଇନ ଖେଳରେ ବିଭିନ୍ନ ପ୍ରାନ୍ତରେ ଥିବା ସାଙ୍ଗମାନେ ଏକାଠି ଯୋଡି ହୋଇ ଏହି ଖେଳକୁ ଖେଳିଥାନ୍ତି । ପରସ୍ପରକୁ ଗୁଳି ଫୁଟାଇ ମାରିବାକୁ ଚେଷ୍ଟା କରିଥାନ୍ତି ।

ଶେଷରେ ଯିଏ ଜୀବିତ ରୁହେ ଏହି ଖେଳର ସେ ବିଜେତା ହୋଇଥାଏ । ପ୍ରଥମେ ଏହି ଖେଳରେ ଯୋଗଦେବା ପାଇଁ ମାତ୍ର ୧୦ ଟଙ୍କା ଅନ୍‌ଲାଇନ ମାଧ୍ୟମରେ ଅର୍ଥ କମ୍ପାନୀକୁ ପୈଠ କରିବାକୁ ପଡିଥାଏ । ପରବର୍ତ୍ତୀ ସମୟରେ ଗୁଳି କିଣିବା ପାଇଁ ସମ୍ପୃକ୍ତ ଆକାଉଣ୍ଟରୁ ଆପେ ଆପେ ପର୍ଯ୍ୟାୟକ୍ରମେ ଟଙ୍କା କଟିଯାଇଥାଏ । ଏହି ଖେଳଟି ସମଗ୍ର ବିଶ୍ୱରେ ୨୦୧୯ରେ ସର୍ବାଧିକ ଡାଉନଲୋଡ ହୋଇଥିବା ଅନ୍‌ଲାଇନ ଖେଳ ଭାବେ ଗୁଗୁଲ ପ୍ଲେ ଷ୍ଟୋରରୁ ବେଷ୍ଟ ପପୁଲାର ଭିଡିଓ ଗେମ୍ ଭାବେ ପୁରସ୍କୃତ ହୋଇଛି । ଏହି ଖେଳର ନିଶାରେ ଅନେକ ଯୁବପିଢି ଆକ୍ରାନ୍ତ ହୋଇ ପଡୁଥିବାବେଳେ ଏହାକୁ ତୁରନ୍ତ ବ୍ୟାନ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.