କେନ୍ଦୁଝର: କୋଭିଡ ନିୟମକୁ ଫୁ । ଦିନକୁ ଦିନ ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । କୋଭିଡ୍ ମହାମାରୀର ଦ୍ୱିତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କୋରୋନାର ଦ୍ୱିତୀୟ ଲହରୀରେ ବହୁ ଜନସାଧାରଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।
ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ଆଜି କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ଏକ ବେସରକାରୀ ପାଥୋଲ୍ୟାବରେ ଚଢ଼ାଉ କରାଯାଇଛି ।
![କୋଭିଡ୍ ନିୟମ ଭାଙ୍ଗିବାରୁ ପାଥୋଲ୍ୟାବକୁ ଏକଲକ୍ଷ ତଣ୍ଡ](https://etvbharatimages.akamaized.net/etvbharat/prod-images/11629468_kjr.jpg)
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଏହି ପାଥୋଲ୍ୟାବରେ ରୋଗୀ ଭିଡ ଥିବାବେଳେ ପୌରପାଳିକା ପକ୍ଷରୁ ଏକ ଲକ୍ଷ ଟଙ୍କା ଫାଇନ କରାଯାଇଛି । ଏହି ଫାଇନ ଚେକ ମାଧ୍ୟମରେ ଅଧିକାରୀ ଗ୍ରହଣ କରିଥିବା ବେଳେ ଆଗକୁ ସଚେତନ ରହିବାକୁ ତାଗିଦ କରାଯାଇଥିଲା । ଏଭଳି ଅମାନିଆଙ୍କ ପ୍ରତି କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ମିଳିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ