ETV Bharat / state

ଝିମିଟି ଖେଳରୁ ମହାଭାରତ, ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ

author img

By

Published : Feb 22, 2021, 8:13 PM IST

ଆଜି ପୁର୍ବାହ୍ନରେ କେନ୍ଦୁଝର ଯୋଡା ଥାନା ଅନ୍ତଭୁକ୍ତ କମାରଯୋଡାରେ ଗୋଷ୍ଠୀ ସଂଘର୍ଷରୁ ଏହି ହତ୍ୟାକାଣ୍ଡ ଘଟିଛି ।

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ
ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ

କେନ୍ଦୁଝର: ଏକ ଛୋଟିଆ ଘଟଣାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷରୁ ଜଣଙ୍କ ମୃତ୍ୟୁ ଅଭିଯୋଗ। ଆଜି(ସୋମବାର)ପୁର୍ବାହ୍ନରେ କେନ୍ଦୁଝର ଯୋଡା ଥାନା ଅନ୍ତଭୁକ୍ତ କମାରଯୋଡାରେ ଗୋଷ୍ଠୀ ସଂଘର୍ଷରୁ ଏହି ହତ୍ୟାକାଣ୍ଡ ଘଟିଛି ।

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ

ଟାଟା କମ୍ପାନୀ ଠିକାଦାର ଡିପି ସିଂଙ୍କ ଗ୍ୟାରେଜରୁ ଏକ ବୋଲେରୋ ବାହାରୁ ଥିବା ସମୟରେ ଅପରପଟୁ ଆସୁଥିବା ଏକ ଅଟୋ ସହ ଧକ୍କା ହୋଇଥିଲା । ଫଳରେ ଅଟୋ ଡ୍ରାଇଭର ଓ ବୋଲେରୋ ଡ୍ରାଇଭର ମଧ୍ୟରେ ପ୍ରଥମେ ବଚସା ଓ ପରେ ଅନ୍ୟ କମ୍ପାନୀର କର୍ମଚାରୀ ବୋଲେରୋ ଡ୍ରାଇଭରଙ୍କ ସହ ମିଶି ଅନ୍ୟ ଡ୍ରାଇଭରଙ୍କୁ ମାଡ ମାରିଥିଲେ ।

ଏଥିରେ ଡ୍ରାଇଭର ଜଣକ ନିଜ ବସ୍ତିରେ କହିବା ପରେ, ବସ୍ତିବାସିନ୍ଦା ଠେଙ୍ଗା ବାଡି ଧରି ଠିକାଦାରଙ୍କ କାର୍ଯ୍ୟାଳୟରେ ପଶି ମାରପିଟ ଆରମ୍ଭ କରିଥିଲେ । ଏଥିରେ ଡିପି ସିଂଙ୍କ ପୁଅ ରବିକୀରଣ ସିଂହ ଓ ଅନ୍ୟମାନେ ଆହାତ ହୋଇଥିଲେ ।

ଏହି ଘଟଣାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଘଟଣା ଭିଆଇବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.