ETV Bharat / state

କେନ୍ଦୁପତ୍ର ଉପରୁ GST ଉଚ୍ଛେଦ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ - କେନ୍ଦୁପତ୍ର ଉପରୁ ଜିଏସଟି ଉଚ୍ଛେଦ ଦାବି

କେନ୍ଦୁପତ୍ର ଉପରୁ GST ଉଚ୍ଛେଦ ଦାବି ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଓଡ଼ିଶା କେନ୍ଦୁପତ୍ର ସଂଘ । ଅଧିକ ପଢନ୍ତୁ

କେନ୍ଦୁପତ୍ର ଉପରୁ GST ଉଚ୍ଛେଦ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘର ବିକ୍ଷୋଭ

author img

By

Published : Dec 30, 2021, 3:37 PM IST

କେନ୍ଦୁଝର: କେନ୍ଦୁପତ୍ର ସଂସ୍ଥାରେ ଲକ୍ଷ ଲକ୍ଷ ଶ୍ରମିକ ତୋଳାଳିଙ୍କ ପାଇଁ GST ଏକ ମୁଖ୍ୟ ସମସ୍ୟା ହୋଇ ରହିଛି । ଜିଏସଟି ଉଚ୍ଛେଦ ସହିତ ଅନ୍ୟାନ୍ୟ ଦାବି ନେଇ ଓଡ଼ିଶା କେନ୍ଦୁପତ୍ର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏହି ଦାବିଗୁଡ଼ିକ ତୁରନ୍ତ ପୂରଣ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ସଂଘ ।

କେନ୍ଦୁପତ୍ର ଉପରୁ GST ଉଚ୍ଛେଦ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘର ବିକ୍ଷୋଭ

ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ଓ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗତ ଡିସେମ୍ବର ୩ ତାରିଖରେ ଏକ ଦାବିପତ୍ର ଦିଆଯାଇଥିଲା । ଉକ୍ତ ଦାବିପତ୍ରରେ କେନ୍ଦୁପତ୍ର ସଂସ୍ଥାରେ ଲକ୍ଷ ଲକ୍ଷ ଶ୍ରମିକ ତୋଳାଳିଙ୍କ ପାଇଁ GST ମୁଖ୍ୟ ସମସ୍ୟା ହୋଇରହିଛି । ଏହା ଶୀଘ୍ର ଉଚ୍ଛେଦ ହେବା ଜରୁରୀ ଅଟେ । ସଂଘ ପକ୍ଷରୁ ଏଥିଲାଗି ବାରମ୍ବାର ସ୍ମାରକପତ୍ର ଦିଆଯାଇଥିଲା । କିନ୍ତୁ ଏଯାଏଁ GST ଉଚ୍ଛେଦ ହୋଇନାହିଁ । ଏଣୁ ଏହାର ଶୀଘ୍ର ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ଚାପ ସୃଷ୍ଟି କରିବା ଆବଶ୍ୟକତା ରହିଛି ବୋଲି ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କେନ୍ଦୁପତ୍ର ତୋଳାଳିମାନଙ୍କୁ ହିତାଧିକାରୀ ହେବା ପାଇଁ ୨୦୦୦ କେରୀ ମାପଦଣ୍ଡକୁ ଉଠାଇ ଦିଆଯାଇ ୧୦୦୦ କେରୀ ମାପଦଣ୍ଡ କରାଯାଉ । ସେହିପରି ବନ୍ଧେଇ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରତି ୧୦ ବଣ୍ଡଲ ମାନଦଣ୍ଡ କରି ପୁର୍ବପରି ବର୍ଷର ମାନଦଣ୍ଡ କରାଯାଉ । ପୂର୍ବରୁ ୨୦୧୮ ମସିହା ପର୍ଯ୍ୟନ୍ତ ଚାଲିଆସିଥିବା ଓ ଏହା ପରଠାରୁ ସ୍ଥଗିତ ବା ବନ୍ଦ ଥିବା ସାମାଜିକ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ପୁନର୍ବାର ପ୍ରଚଳନ କରିବା ପାଇଁ ଦାବି ହୋଇଛି ।

ଗ୍ରାମସଭା ନାମରେ କେନ୍ଦୁପତ୍ରର ପରିଚାଳନାକୁ ଘରୋଇକରଣ ନ କରିବାକୁ ଦାବି ହୋଇଛି । ଗତ ୩ ବର୍ଷ ମଧ୍ୟରେ ଅତ୍ୟଧିକ ପରିମାଣର ଦରଦାମ ବୃଦ୍ଧି ହୋଇଥିବାରୁ ୨୦୨୨ ମସିହାରେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ପାଇଁ ପଦକ୍ଷେପ ନିଆଯିବା ନେଇ ଦାବି କରିଛି ସଂଘ । ଏଥିଲାଗି ଗୁରୁବାର ଶତାଧିକ କେନ୍ଦୁପତ୍ର ତୋଳାଳି ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉକ୍ତ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ସମସ୍ତ ଦାବି ନ ମାନିଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.