ETV Bharat / state

କାଜୁ ବଗିଚାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଅଲୋଡ଼ା ହୋଇଛି ଶିଶୁ କନ୍ୟା । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ କାଜୁ ବଗିଚାରୁ ଉଦ୍ଧାର ହେଲା ଶିଶୁ କନ୍ୟା । ଅଧିକ ପଢ଼ନ୍ତୁ

କାଜୁ ବଗିଚାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର
କାଜୁ ବଗିଚାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର
author img

By

Published : Jul 12, 2022, 8:22 AM IST

କେନ୍ଦୁଝର : କାଜୁ ଗଛ ମୂଳରୁ ନବଜାତ ଶିଶୁ କନ୍ୟା ଉଦ୍ଧାର କଲେ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ କୁଣ୍ଡଳା ଗ୍ରାମର ହାଟପଡିଆ ନିକଟସ୍ଥ ଗୌରାଙ୍ଗ ମହାନ୍ତଙ୍କ କାଜୁ ବଗିଚା ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୋମବାର କିଛି ଲୋକ ସେହି ବାଟ ଦେଇ ଯାଉଥିବା ସମୟରେ ଶିଶୁକନ୍ୟାର କାନ୍ଦ ଶୁଣିବାକୁ ପାଇଥିଲେ ।

କାଜୁ ବଗିଚାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଏହାପରେ ସ୍ଥାନୀୟ ସରପଞ୍ଚ ଓ ପୋଲିସକୁ ଏ ବାବଦରେ ଜଣାଇଥିଲେ । ପ୍ରଥମେ ସରପଞ୍ଚ ଏବଂ ଆଶାକର୍ମୀ ଘଟଣାସ୍ଥଳରେ ପହଞ୍ଚି ପୋଲିସ ସହାୟତାରେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ସ୍ଥାନୀୟ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ପରେ ଏନେଇ ପାଟଣା ପୋଲିସ ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଚାଇଲ୍ଡ ଲାଇନକୁ ସୂଚନା ଦିଆଯାଇଥିଲା । ଶିଶୁ ମଙ୍ଗଳ କମିଟିର କର୍ମକର୍ତ୍ତା ପାଟଣା ଥାନାରେ ପହଞ୍ଚି ଶିଶୁ କନ୍ୟାକୁ କେନ୍ଦୁଝର ନେଇଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.