ETV Bharat / state

ନଟିଆ ଗାଁକୁ ବାଟ ଭୁଲିଛି ବିକାଶ, ମୌଳିକ ସୁବିଧାରୁ ବଞ୍ଚିତ ଲୋକେ - ଅବହେଳିତ ଗାଁ

ସ୍ବାଧୀନତାର ୭୫ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ କେନ୍ଦୁଝର ଜିଲ୍ଲା ସାମୁକାନେଣ୍ଡି ପଞ୍ଚାୟତର ନଟିଆ ଗାଁର ଗ୍ରାମବାସୀ । ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ ସେବାରୁ ବଞ୍ଚିତ ଗ୍ରାମବାସୀ । ଅଧିକ ପଢନ୍ତୁ...

ବିକାଶର ବହୁ ଦୂରରେ ନଟିଆ ଗାଁ, ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

author img

By

Published : Nov 14, 2021, 10:41 AM IST

Updated : Nov 14, 2021, 1:11 PM IST

ଆନନ୍ଦପୁର: ଆଦିବାସୀଙ୍କ ବିକାଶ ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ଏହି ଯୋଜନା କଣ ସତରେ ପହଞ୍ଚି ପାରୁଛି ପ୍ରକୃତ ହିତାଧିକାରୀଙ୍କ ନିକଟରେ ନା ଏଥିରେ ବ୍ୟତିକ୍ରମ ହେଉଛି । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ କେନ୍ଦୁଝର ଜିଲ୍ଲା ସାମୁକାନେଣ୍ଡି ପଞ୍ଚାୟତର ନଟିଆ ଗାଁରେ । ଗାଁରେ ବାସ କରନ୍ତି ଆଦିବାସୀ ସମ୍ପ୍ରଦାୟର ଶତାଧିକ ପରିବାର । ହେଲେ ଆଜି ବି ଏହି ଗାଁ ଯେମିତି ବିକାଶର ବହୁ ଦୂରରେ ଥିବା ପରି ମନେ ହୁଏ । ସ୍ବାଧୀନତାକୁ ୭୫ ବର୍ଷ ପୂରିଛି ସତ, ହେଲେ ଏଠାରେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଶିକ୍ଷା କଥାତ ଦୂରର କଥା ଗମନାଗମନ, ପାନୀୟ ଜଳ ଓ ବିଦ୍ୟୁତ ସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ ।

ନଟିଆ ଗାଁକୁ ବାଟ ଭୁଲିଛି ବିକାଶ, ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ନଟିଆ ଗାଁର ଜାନୁମ୍ ସାହି ଏବଂ ବରଗୋଠ ସାହିକୁ ରାସ୍ତା ନଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏଠାରେ ଯଦି କାହାର ଦେହ ଖରାପ ହୁଏ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଏ । ହେଲେ ରାସ୍ତା ନଥିବାରୁ ତାହା ଅଧାବାଟରେ ଅଟକିଯାଏ । ଫଳରେ ଅସୁସ୍ଥ ବ୍ୟକ୍ତି ହୁଅନ୍ତି କି ପ୍ରସୂତି ମହିଳା, କାହାକୁ ଖଟିଆରେ ତ ପୁଣି କାହାକୁ କାନ୍ଧରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡେ ।

ଖାଲି ରାସ୍ତା ସମସ୍ୟା ନୁହଁ ବରଂ ଗ୍ରାମରେ ପାନୀୟ ଜଳର ଘୋର ଅଭାବ ମଧ୍ୟ ଦେଖାଦେଇଛି । ଗ୍ରାମରେ ମାତ୍ର ୨ଟି ନଳକୂପ ରହିଛି । କିନ୍ତୁ ଅଧିକାଂଶ ସମୟରେ ତାହା ଅଚଳ ହୋଇପଡିରହୁଛି । ଫଳରେ ଲୋକେ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ସେପଟେ ଗାଁରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ରାତି ହେଲେ ଅନ୍ଧାରେ କଟୁଛି ଜୀବନ । ସରକାରଙ୍କ ପକ୍କା ରାସ୍ତା ଯୋଜନା ହେଉ କି ପାନୀୟ ଜଳ ଯୋଜନା ସବୁ ଯେମିତି ଏହି ଅଞ୍ଚଳବାସୀଙ୍କ ପାଇଁ ଏବେ ସାତ ସପନ ପାଲଟିଛି । ତେବେ ଗ୍ରାମର ବିକାଶ ପାଇଁ ଦୃଷ୍ଟି ଦେବାରୁ ଏବେ ସରକାରଙ୍କ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Nov 14, 2021, 1:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.