ETV Bharat / state

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ପ୍ରଶଂସନୀୟ କାମ: ଲଗାଇଲେ ଗଛ, କଲେ ଯୋଗ - ସାବାସ୍‌ ପ୍ରବାସୀ

ମଲଦା ଅସ୍ଥାୟୀ ସଂଗରୋଧ କେନ୍ଦ୍ରର ପ୍ରବାସୀ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ରହୁଥିବା ସଙ୍ଗରୋଧ ସ୍କୁଲର ପରିସରକୁ ସ୍ବଚ୍ଛ କରିବା ସହ ଫୁଲ ଗଛ ଲଗାଇ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି ।

ମଲଦା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ପ୍ରସଂଶନୀୟ କାମ
ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ପ୍ରଶଂସନୀୟ କାମ: ଲଗାଇଲେ ଗଛ, କଲେ ଯୋଗ
author img

By

Published : Jun 7, 2020, 4:15 PM IST

Updated : Jun 7, 2020, 7:55 PM IST

କେନ୍ଦୁଝର: ସଂଗରୋଧ କେନ୍ଦ୍ରରେ କେଉଁଠି ଖାଦ୍ୟ ଫୋଫାଡ଼ି ଘଟଣା ଘଟୁଛି ତ କେଉଁଠି ଟିକଟକ କରି ବଦନାମ ମୁଣ୍ଡାଉଛନ୍ତି ପ୍ରବାସୀ । ଏହା ବ୍ୟତୀତ ଆହୁରି ଅନେକ ସ୍ଥାନରେ ଏମିତି କିଛି କାର୍ଯ୍ୟ କରୁଛନ୍ତି ପ୍ରବାସୀ ଯାହା ବାସ୍ତବରେ ପ୍ରଶଂସନୀୟ । କେନ୍ଦୁଝର ଝୁମ୍ପୁରା ବ୍ଳକ ମଲଦା ଅସ୍ଥାୟୀ ସଂଗରୋଧ କେନ୍ଦ୍ରରୁ ଆସିଛି କିଛି ଏପରି ଦୃଶ୍ୟ ଯାହାକୁ ଦେଖିଲେ ଆପଣ କହିବେ ସାବାସ୍‌ ପ୍ରବାସୀ ।

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ପ୍ରଶଂସନୀୟ କାମ: ଲଗାଇଲେ ଗଛ, କଲେ ଯୋଗ

ମଲଦା ଉଚ୍ଚ ବିଦ୍ୟାଳୟରେ ଏହି ପଞ୍ଚାୟତର ଅସ୍ଥାୟୀ ସଂଗରୋଧ କେନ୍ଦ୍ର । ଏହି କେନ୍ଦ୍ରରେ ପଞ୍ଚାୟତର 22 ଜଣ ପ୍ରବାସୀ ରହୁଛନ୍ତି । ସଂଗରୋଧ ରହିବାପରେ ଏମାନଙ୍କ ମନରେ ନିଜ ଗ୍ରାମ ପାଇଁ କିଛି କରିବାର ଇଚ୍ଛା ଜାଗୃତ ହେଲା । ବର୍ଷା ଦିନରେ ସାରା ସ୍କୁଲ ଏବଂ ହଷ୍ଟେଲ ପରିସର ଅନାବନା ଘାସ ବୁଦାରେ ପରିପୂର୍ଣ୍ଣ ହୋଇପଡିଥିଲା । ଏହାକୁ ସଫା କରିବାକୁ ସେମାନେ ସରପଞ୍ଚଙ୍କୁ ଅନୁମତି ମାଗିଲେ । ଅନୁମତି ମିଳିବା ପରେ ସମସ୍ତେ ଲାଗିପଡି ପୂରା ପରିସରକୁ ସଫା କରି ସ୍ବଚ୍ଛ ବାତାବରଣ ପ୍ରସ୍ତୁତ କରିଦେଲେ । ଏହାପରେ ସରପଞ୍ଚଙ୍କ ଦ୍ବାରା କିଛି ଫୁଲଗଛ ମଗାଇ ସ୍କୁଲ ପରିସରରେ ଲଗାଇ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରିଛନ୍ତି ।

ଖାଲି ସେତିକି ନୁହେଁ ସବୁଦିନ ସକାଳୁ ଉଠି ଏମାନେ ଯୋଗ ଅଭ୍ୟାସ କରୁଥିବାର ଦେଖାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଯୋଗ ଗୁରୁ ହୋଇ ସମସ୍ତଙ୍କୁ ଯୋଗ ଶିଖାଉଥିବା ଦୃଶ୍ୟ ବେଶ ପ୍ରଶଂସା ସାଉଁଟୁଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Jun 7, 2020, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.