ETV Bharat / state

ବିଭିନ୍ନ ଦାବି ନେଇ ବଡକାଳିମାଟି ପଞ୍ଚାୟତବାସୀଙ୍କ ଧାରଣା ଓ ଅନଶନ

ବିଭିନ୍ନ ଦାବି ନେଇ ଦୁବୁନାସ୍ଥିତ ଏକ ଷ୍ଟିଲ୍ କମ୍ପାନୀ ବିରୁଦ୍ଧରେ ବଡ଼କାଳିମାଟି ପଞ୍ଚାୟତବାସୀଙ୍କ ଧାରଣା ଓ ଅନଶନ ଜାରି ରହିଛି । ଏହି ଧାରଣା ଓ ଅନଶନ ୩୨ ଦିନରେ ପହଞ୍ଚିଛି । ତଥାପି କମ୍ପାନୀ କର୍ତ୍ତୃପକ୍ଷ ଚୁପ ଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jul 19, 2019, 3:29 PM IST

କେନ୍ଦୁଝର: ବିଭିନ୍ନ ଦାବି ନେଇ ଦୁବୁନାସ୍ଥିତ ଏକ ଘରୋଇ ଷ୍ଟିଲ୍ କମ୍ପାନୀ ବିରୁଦ୍ଧରେ ବଡ଼କାଳିମାଟି ପଞ୍ଚାୟତବାସୀଙ୍କ ଧାରଣା ଓ ଅନଶନ ଜାରି ରହିଛି । ଏହି ଧାରଣା ଓ ଅନଶନ ୩୨ ଦିନରେ ପହଞ୍ଚିଛି । ଆଜି ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୫ଶହ ମିଟର ଦୂରତା ମଧ୍ୟରେ ୧୪୪ ଧାରା ଜାରି କରାଯିବା ସହ ଅନଶନରେ ବସିଥିବା ଆନ୍ଦୋଳନକାରୀଙ୍କୁ ତଡ଼ି ଦିଆଯାଇଛି । ଲୋକମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଦୂରରେ ଥାଇ ମଧ୍ୟ ଆନ୍ଦୋଳନକୁ ଜାରି ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ପୂର୍ବରୁ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକମାନଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ୍ ଓ ଗମନାଗମନର ସୁବିଧା କରାଯିବା ସହ ବେକାରୀମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ସେଥିପାଇଁ ପଞ୍ଚାୟତବାସୀମାନେ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ପ୍ରଶାସନିକ ଉଦାସୀନତା କାରଣରୁ ବାରମ୍ବାର ଦାବି ଜଣାଇବା ସତ୍ତ୍ବେ ସେମାନଙ୍କ କଥା କେହି ଶୁଣୁ ନ ଥିବା ବଡ଼କାଳିମାଟି ଡେଭଲପ୍‌ମେଣ୍ଟ ସୋସାଇଟି ଅଭିଯୋଗ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ଜ୍ବାଇଁକୁ ଛୁରାମାଡ କରି ଅଭିଯୁକ୍ତ ଶ୍ବଶୁର ଫେରାର। ଗତକାଲି ବିଳମ୍ବିତ ରାତ୍ର ସମୟରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ପୁଞ୍ଜିକୟା ଛକ ନିକଟରେ ଏଭଳି ଏକ ଘଟଣା ଘଟିଥିବା ଦେଖାଯାଇଛି । ଜ୍ବାଇଁକୁ ଛୁରାମାଡ କରି ଅଭିଯୁକ୍ତ ଶ୍ବଶୁର ଫେରାର ଥିବା ଜଣାପଡିଛି । ଗୁରୁତର ଜଣକ ହେଲେ ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ୨୬ ବର୍ଷୀୟ ସଞ୍ଜୟ ଗୌଡ ଏବଂ ଅଭିଯୁକ୍ତ ଶଶୁର ଜଣକ ମଧ୍ୟ ଉକ୍ତ କଲ୍ୟାଣପୁର ଅଞ୍ଚଳର ଉମାକାନ୍ତ ଗୌଡ । ସୁଚନାନୁଯାୟୀ , ଛୁରା ମାଡରେ ଗୁରୁତର ସଞ୍ଜୟ ଗୌଡ ଅଭିଯୁକ୍ତ ଉମାକାନ୍ତଙ୍କ ଝିଅ ଙ୍କୁ ଭଲ ପାଉଥିବା ବେଳେ ଗତ କିଛି ଦିନ ତଳେ ବିବାହ କରିବା ପାଇଁ ଜଣାଇଥିଲେ । କିନ୍ତୁ ଝିଅର ବାପା ଏହି ବାହାଘର ପ୍ରସ୍ତାବରେ ରାଜି ନହେବାରୁ ସଞ୍ଜୟ ଓ ଜୟନ୍ତୀ ଗତ ୩୦ ଜୁନ , ୨୦୧୯ ତାରିଖ ଦିନ ଦିଗପହଣ୍ଡି ଥାନା କମଳାପୁରସ୍ଥିତ କାଶି ବିଶ୍ୱନାଥ ମନ୍ଦିରରେ ବିବାହ ହୋଇଥିଲେ । ବାହା ହେବା ପରଠାରୁ ସଞ୍ଜୟ ଓ ଜୟନ୍ତୀ ଦିଗପହଣ୍ଡି ଅଞ୍ଚଳ କଲୋନୀରେ ଏକ ଭଡ଼ା ଘରେ ରହି ଆସୁଥିଲେ । ହେଲେ ଗୁରୁବାର ରାତି ସମୟରେ ସଞ୍ଜୟ ଏକ ଦୋକାନ ପାଖରେ ଠିଆ ହୋଇଥିବା ସମୟରେ ପୂର୍ବରୁ ରାଗରେ ଥିବା ଝିଅର ବାପା ଏକ ଧାରୁଆ ଛୁରି ସାହାଯ୍ୟରେ ମୁହଁରେ ଏକ କପଡା ଘୋଡାଇ ଆସି ସଞ୍ଜୟଙ୍କ ପେଟ ଓ ମୁଣ୍ଡକୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଞ୍ଜୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସଞ୍ଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏମ୍ କେସିଜି ମେଡ଼ିକାଲକୁ ପଠାଇ ଦିଆଯାଇଛି ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.