କେନ୍ଦୁଝର: କୋରୋନାର ଭୟଭୟତାକୁ ଦେଖି ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଚାଲିଥିବା ଜାରି ରହିଛି ପ୍ରବାସୀ ଶ୍ରମିକଙ୍କ ଘରବାହୁଡା । ଶ୍ରମିକମାନେ ନିଜ ଗାଁରେ ପହଁଚିଲା ପରେ ସ୍ବରୋଜଗାରରେ ସୃଷ୍ଟି ହୋଇଛି ସମସ୍ୟା, କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ସରକାର ପ୍ରତି ଗାଁରେ ମନରେଗାରେ କାର୍ଯ୍ୟ ଯୋଗାଇ ଦେବାକୁ କରିଛନ୍ତି ଯୋଜନା । ସରକାରଙ୍କର ଏହି ସବୁ ଯୋଜନା କିନ୍ତୁ ଫସର ଫାଟିଗଲା ପରି ମନେ ହୁଏ ।
ଘଟଗାଁ ବ୍ଲକ ଓ ହରିଚନ୍ଦନପୁର ବ୍ଲକରେ ଏମଜିଏନଆରଇଜିଏସ ଯୋଜନାରେ ଆସିଥିବା ପୋଖରୀ ଉନ୍ନତିକରଣ କାର୍ଯ୍ୟରେ ମେସିନର ପ୍ରୟୋଗ ହୋଇଥିବା ଅଭିଯୋଗ ହେଉଛି । ଲକଡାଉନର ସୁଯୋଗ ନେଇ ଦିନ ଦିପହରରେ ମେସିନ ଯୋଗେ କେଉଁଠି ନୂତନ ପୋଖରୀ ଖୋଳା ହେଉଛି ତ କେଉଁଠି ପୁରୁଣା ପୋଖରୀର ହେଉଛି ଉନ୍ନତି କରଣ କାର୍ଯ୍ୟ । ଗାଁରେ ଥିବା ଶ୍ରମିକ ବା ପ୍ରବାସୀ ଶ୍ରମିକ ରୋଜଗାର ପାଇବା ଆଶା ରଖିଥିବା ବେଳେ ପଞ୍ଚାୟତ ଅଧିକାରୀଙ୍କ ଉଦାସୀନତାକୁକୁ ଦାୟୀ କରିଛନ୍ତି ଗ୍ରାମବାସୀ । ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ