ETV Bharat / state

କେନ୍ଦୁଝରରେ ଦୁଇଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର କାଠ ଜବତ - ଦୁଇଶହ ଖଣ୍ଡ ମୂଲ୍ୟବାନ କାଠ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳ, ବାମେବାରୀ ଫରେଷ୍ଟ ସେକସନ ଅନ୍ତର୍ଗତ ପିଡପୋଖରୀ ଗ୍ରାମରେ ଦୁଇଜଣଙ୍କୁ ଘରୁ ଦୁଇଶହ ଖଣ୍ଡ ମୂଲ୍ୟବାନ କାଠ ଜବତ କରିଛି ବନବିଭାଗ । ଅଧିକ ପଢନ୍ତୁ...

ଚମ୍ପୁଆ ବନାଞ୍ଚଳ
ଚମ୍ପୁଆ ବନାଞ୍ଚଳ
author img

By

Published : Mar 14, 2021, 11:00 AM IST

କେନ୍ଦୁଝର: ଜିଲ୍ଲା ବନ ବିଭାଗକୁ ବଡ ସଫଳତା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳ, ବାମେବାରୀ ଫରେଷ୍ଟ ସେକସନ ଅନ୍ତର୍ଗତ ପିଡପୋଖରୀ ଗ୍ରାମରେ ଦୁଇଜଣଙ୍କୁ ଘରୁ ଦୁଇଶହ ଖଣ୍ଡ ମୂଲ୍ୟବାନ କାଠ ଜବତ କରିଛି ।

ଚମ୍ପୁଆ ବନାଞ୍ଚଳ

ବନ ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ପିଡପୋଖରୀ ଗ୍ରାମର ଚନ୍ଦ୍ରା ବାରିକ ଏବଂ ରାଜୀବ ବାରିକଙ୍କ ଘରେ ଚଢାଉ କରିଥିଲା । ଚଢାଉରେ ଦୁଇଜଣ ପରିବାରଙ୍କ ଘରୁ ପ୍ରାୟ 2ଶହ ଖଣ୍ଡ ଶାଳ, ପିଆଶାଳ, କୁରୁମ, ଗମ୍ଭାରୀ ଓ ଆଶନ ସାଇଜ ପଟ୍ଟା କାଠ ଜବତ କରିଛି ବନ ବିଭାଗ । ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ତେବେ କୌଶଳ କ୍ରମେ ଉଭୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବନ ବିଭାଗ ଏ ପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ କାହାକୁ ଗିରଫ କରି ନଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.