ETV Bharat / state

ଜିଲ୍ଲାସ୍ତରୀୟ କିରୋଗି ଓ ପୁସମି ଟାଇକୋଣ୍ଡୋ ପ୍ରତିଯୋଗିତା ଆରମ୍ଭ

author img

By

Published : Oct 30, 2022, 10:10 PM IST

କେନ୍ଦୁଝର ଜିଲ୍ଲାରେ ପ୍ରଥମଥର ପାଇଁ କିରୋଗି ଓ ପୁସମି ଟାଇକୋଣ୍ଡୋ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର 100ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲାସ୍ତରୀୟ କିରୋଗି ଓ ପୁସମି ଟାଏକେଣ୍ଡୋ ପ୍ରତିଯୋଗିତା ଆରମ୍ଭ

କେନ୍ଦୁଝର: ଦିନକୁ ଦିନ କିଶୋରକିଶୋରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ କମିବାରେ ଲାଗୁଛି । କିନ୍ତୁ ଏହି ଯୁବ ସମାଜ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମରକ୍ଷା କୌଶଳ ପାଇଁ ଆଗ୍ରହ ବୃଦ୍ଧି ପାଉଛି । ଆତ୍ମରକ୍ଷା ପାଇଁ କେନ୍ଦୁଝରର ବହୁ ସ୍ଥାନରେ କିରୋଗି ଓ ପୁସମି ଟାଇକୋଣ୍ଡୋ ପ୍ରଶିକ୍ଷଣ ଶିବିର(Kyorugi and Poomsae taekwondo championship) ଅନୁଷ୍ଠିତ ହୋଇଯାଇଛି।

ଏହା ମଧ୍ୟ ପଢନ୍ତୁ: Building collapsed in Amravati: କୋଠାତଳେ ଚାପିହୋଇ 5 ମୃତ

ଅନୁଷ୍ଠିତ ହୋଇଥିବା ଏହି ପ୍ରିତିଯୋଗିତାରେ ବିଦ୍ୟାଳୟ ପାଠ ଛଡା ବିଦ୍ୟାର୍ଥୀ ଏଥିରେ ବେଶ ଉତ୍ସାହର ସହ ଭାଗ ନେଉଛନ୍ତି । ଏହି ପ୍ରଶିକ୍ଷାର୍ଥୀଙ୍କୁ ନେଇ ପ୍ରଥମ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହୋଇଛି । ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଏକ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଓଡିଶା ଟାଇକୋଣ୍ଡୋ ସଂଘ ତତ୍ତ୍ବାବଧାନରେ ବିଭିନ୍ନ ବର୍ଗରେ ଭାଗ ନେଇ ଛାତ୍ରଛାତ୍ରୀ ବେଶ ଭଲ ପଦର୍ଶନ କରିଛନ୍ତି । ପାଠ ସହ ଏଭଳି ପ୍ରତିଯୋଗିତାରେ ଭାଗ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ବେଶ ଖୁସିଥିବା ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ: T20 World Cup: SKYଙ୍କ ଧୂଆଁଧାର ଅର୍ଦ୍ଧଶତକ, ଦକ୍ଷିଣ ଆଫ୍ରିକାକୁ 134 ଟାର୍ଗେଟ

ଓଡିଶା ଟାଇକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ କହିଛନ୍ତି,"ପ୍ରଥମଥର ପାଇଁ ଜିଲ୍ଲାସ୍ତରୀୟ କିରୋଗି ଓ ପୁସମି ଟାଇକୋଣ୍ଡୋ ପ୍ରତିଯୋଗିତା ହେଉଛି । 100ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗନେଇଛନ୍ତି । ଛାତ୍ରଛାତ୍ରୀ ଉତ୍ସାହର ସହ ଏହି ପ୍ରତିଯୋଗିତାରେ ସାମିଲ ହେଉଛନ୍ତି । କୋରୋନା ଆମକୁ ଶିଖାଇଛି ଯେ ସୁସ୍ଥ ନରହିଲେ ଆମେ କିଛି କରିପାରିବା ନାହିଁ । ତେଣୁ ଖେଳର ଗୁରୁତ୍ବ ପାଠରୁ ବହୁତ ଅଧିକା । ଆମେ ପାଠ ପଢିବା ପାଇଁ ମନା କରିନାହୁଁ । କିନ୍ତୁ ପାଠ ସହ କ୍ରୀଡ଼ା ପ୍ରତି ଅଭିଭାବକ ବିଶେଷ ଧ୍ୟାନ ଦେବା ଆବଶ୍ୟକ । 80 ପ୍ରତିଶତ ପାଠ ସହ 20 ପ୍ରତିଶତ ସମୟ ଖେଳପ୍ରତି ଦିଅନ୍ତୁ । ଶରୀର ସୁସ୍ଥ ରହିଲେ ସବୁକିଛି ଭଲହେବ। ଶରୀର ସୁସ୍ଥ ରଖିବା ପାଇଁ ଖେଳ ନିହାତି ଆବଶ୍ୟକ।"

ଇଟିଭି ଭାରତ, କେନ୍ଦୁଝର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.