ETV Bharat / state

କେନ୍ଦୁଝରରେ ହାତୀ ଆତଙ୍କ: ଗଛରେ ମଞ୍ଚା ବାନ୍ଧି ଫସଲ ଜଗୁଛନ୍ତି ଗ୍ରାମବାସୀ - କେନ୍ଦୁଝର ଗ୍ରାମବାସୀ

ହାତୀ ଭୟରେ ଫସଲ ଜଗିବାକୁ ମଞ୍ଚା କରି ରହୁଛନ୍ତି କେନ୍ଦୁଝର ଗ୍ରାମବାସୀ । ଏନେଇ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ଯେତେ ଜଣାଇଲେ ମଧ୍ୟ ବିଭାଗର କର୍ମଚାରୀ ନିଦାବିଷ୍ଣୁ ।

ହାତୀପାଇଁ ଚିନ୍ତାରେ ଚାଷୀ
author img

By

Published : Aug 29, 2019, 2:37 PM IST

କେନ୍ଦୁଝର: ଜିଲ୍ଲା ଏକ ବଣ ପାହାଡ଼ ଘେରା ଅଞ୍ଚଳ । ମଣିଷ ଧୀରେ ଧୀରେ ଜଙ୍ଗଲ ମୁହାଁ ହେବାରୁ ଖାଦ୍ୟ ଅନ୍ବେଷଣରେ ହାତୀ ପଲ ଏବେ ଗାଁ ମୁହାଁ । ଫଳରେ ହାତୀ ମଣିଷ ମଧ୍ୟରେ ଚାଲିଛି ସଂଘର୍ଷ ।

ହାତୀପାଇଁ ଚିନ୍ତାରେ ଚାଷୀ

ହାତୀ ଜଙ୍ଗଲ ନିକଟସ୍ଥ ଗ୍ରାମ ଗୁଡିକରେ ପଶି ଧାନ, ମକା ଆଦି ଫସଲ ଖାଉଯାଉଛନ୍ତି । ଖାଇବା ସହ ହାତୀ ପାଦରେ ଅଧାରୁ ଅଧିକ ଫସଲ ମଧ୍ୟ ନଷ୍ଟ କରୁଛନ୍ତି । ହାତୀ ଭୟରେ ଫସଲ ଜଗିବାକୁ ମଞ୍ଚା କରି ରହୁଛନ୍ତି ଗ୍ରାମବାସୀ । ଏନେଇ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ଯେତେ ଜଣେଇଲେ ମଧ୍ୟ ବିଭାଗର କର୍ମଚାରୀ ନିଦାବିଷ୍ଣୁ ।

ପ୍ରକାଶ ଯେ କେନ୍ଦୁଝର ଡିଭିଜନ ଅଧୀନରେ 90ରୁ ଊର୍ଦ୍ଧ୍ବ ହାତୀପଲ ବିଚରଣ କରୁଛନ୍ତି । ବିଶେଷ କରି ଏବେ ହାତୀ ପଲ ବାଂଶପାଳ,ସଦର ଅଞ୍ଚଳରେ ଵିଶେଷ ଭାବରେ କ୍ଷତି କରୁଛନ୍ତି । ଏନେଇ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ହାତୀ ସୁରକ୍ଷା ସାଙ୍ଗକୁ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ସେ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଫସଲ ନଷ୍ଟ କରୁଛି ହାତୀ, କ୍ଷତି ପୁରଣ ଦେବ କହି ହତାଶ କରୁଛି ଜଙ୍ଗଲ ବିଭାଗBody:
ଆଙ୍କର- କେନ୍ଦୁଝର ଜିଲ୍ଲା ଏକ ବଣ ପାହାଡ଼ ଘେରା ଅଞ୍ଚଳ । ଉକ୍ତ ବଣ ଜଙ୍ଗଲ ରେ ବିଭିନ୍ନ ପଶୁପକ୍ଷୀ ସହ ହାତୀ ପଲ ମଧ୍ୟ ବସବାସ କରୁଛନ୍ତି । ମଣିଷ ଧୀରେ ଧୀରେ ଜଙ୍ଗଲ ମୁହାଁ ହେବାରୁ ଖାଦ୍ୟ ଅନ୍ୱେଷଣ ରେ ହାତୀ ପଲ ଏବେ ଗାଁ ମୁହାଁ । ଫଳରେ ହାତୀ ମଣିଷ ମଧ୍ୟରେ ସଂଘର୍ଷ ଚାଲିଛି । ହାତୀ ପଲ ଏବେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ନିକଟସ୍ଥ ଗ୍ରାମ ଗୁଡିକରେ ପଶି ଧାନ, ମକା ଆଦି ଫସଲ କହିଯାଉଛନ୍ତି । ଖାଇବା ସହ ହାତୀ ପାଦରେ ଅଧାରୁ ଅଧିକ ଫସଲ ନଷ୍ଟ ହେଉଛି । ଗ୍ରାମବାସୀ ଫସଲ ଜଗିବାକୁ ମଞ୍ଚା କରି ରହୁଛନ୍ତି । ହାତୀ ବିଲରେ ପଶିଲେ ବାଜା ବଜାଇ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ହାତୀପଲ ଙ୍କୁ ଘଉଡାଇବା କୁ ଯାଇ ଗ୍ରାମବାସୀ ମାନେ ଗୁରୁତର ମଧ୍ୟ ହେଉଛନ୍ତି । ଏନେଇ ଜଙ୍ଗଲ ବିଭାଗର ଅଧିକାରୀ ଙ୍କୁ ଯେତେ ଜଣେଇଲେ ମଧ୍ୟ ବିଭାଗର କର୍ମଚାରୀ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପ୍ରକାଶ ଯେ କେନ୍ଦୁଝର ଡିଭିଜନ ଅଧୀନରେ ନବେ ରୁ ଉର୍ଦ୍ଧ୍ବ ହାତୀପଲ ବିଚରଣ କରୁଛନ୍ତି । ବିଶେଷ କରି ଏବେ ହାତୀ ପଲ ବାଂଶପାଳ,ସଦର ଅଞ୍ଚଳରେ ଵିଶେଷ କ୍ଷତି କରୁଛନ୍ତି । ଏନେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କୁ ପଚାରିବାରୁ ହାତୀ ସୁରକ୍ଷା ସାଙ୍ଗକୁ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତି ପୁରଣ ଦିଆଯିବ ବୋଲି କହିଛନ୍ତି ।
ବାଇଟ-୧-ନରୁ ମୁଣ୍ଡା( ଗ୍ରାମବାସୀ)
ବାଇଟ-୨-କାନ୍ଦରା ନାଏକ( ଗ୍ରାମବାସୀ)
ବାଇଟ-୩- କନହେଇ ପ୍ରଧାନ( ଗ୍ରାମବାସୀ)
ବାଇଟ-୪-ସଂନ୍ତୋଷ ଯୋଶୀ( ଜିଲ୍ଲା ବନଖଣ୍ଡ ଅଧିକାରୀ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.