ETV Bharat / state

ହାତ ଠାରି ଡାକୁଛି ସାନଘାଗରା, ସୌନ୍ଦର୍ଯ୍ୟରେ ବିମୋହିତ ପର୍ଯ୍ୟଟକ - ପିକନିକ ଋତୁ

ପାହାଡ ବୁକୁ ଚିରି ଝରି ଆସୁଛି ଝରଣା । ଝରଝର ଶବ୍ଦରେ ଫାଟି ପଡୁଛି ସାରା ପରିବେଶ । କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ସାନଘାଗରା ଜଳପ୍ରପାତ(Badaghagara Water Fall)ରେ ବଢୁଛି ପର୍ଯ୍ୟଟକଙ୍କ ଭିଡ । ଦେଖନ୍ତୁ ଏହି ରିପୋର୍ଟ

ସାନଘାଗରା ଜଳପ୍ରପାତ
ସାନଘାଗରା ଜଳପ୍ରପାତ
author img

By

Published : Dec 4, 2022, 2:06 PM IST

କେନ୍ଦୁଝର: ଶୀତ ଋତୁ ସହ ଆରମ୍ଭ ହୋଇଛି ପିକନିକ ଋତୁ । ନୈସର୍ଗିକ ଶୋଭାରାଜିରେ ସଜେଇ ହୋଇଛି ପ୍ରକୃତି ରାଣୀ । ୨ ବର୍ଷର କୋରୋନା କଟକଣା ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି କେନ୍ଦୁଝରର ପର୍ଯ୍ୟଟନ କ୍ଷେତ୍ର । କେନ୍ଦୁଝରର ପ୍ରସିଦ୍ଧ ସାନଘାଗରା ଜଳପ୍ରପାତ(Badaghagara Water Fall)ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ସାନଘାଗରା ଜଳପ୍ରପାତ

ପାହାଡ ବୁକୁ ଚିରି ଝରି ଆସୁଛି ଝରଣା । ଦେଖିଲେ ମନେ ହେଉଛି ସତେ ଯେମିତି ପାହାଡରୁ ମୁକ୍ତା ଖସି ପଡୁଛି । ଝରଝର ଶବ୍ଦରେ ଫାଟି ପଡୁଛି ସାରା ପରିବେଶ । ଘଞ୍ଚ ଅରଣ୍ୟରେ ଝରଣା ସାଙ୍ଗକୁ ଶିବମୂର୍ତ୍ତି ଏବଂ ଗୋଲାପ ଉଦ୍ୟାନ ପର୍ଯ୍ୟଟଙ୍କ ମନରେ ଏକ ଭିନ୍ନ ଅନୁଭୂତି ଦେଉଛି । ସେଥିପାଇଁ କାର୍ଯ୍ୟବ୍ୟସ୍ତତା ଜୀବନରୁ ଟିକିଏ ଫୁରସତ ପାଇଲେ ଏଠାକୁ ଧାଇଁ ଆସନ୍ତି ଲୋକେ । ଏନେଇ ବୁଲି ଆସିଥିବା ଏକ ପର୍ଯ୍ୟଟକ କହିଛନ୍ତି, "ଏହି ଜଳପ୍ରପାତକୁ ବୁଲିଆସି ବେଶ ଭଲ ଲାଗିଲା । ଏଠାକାର ସୌନ୍ଦର୍ଯ୍ୟ ବେଶ ମନୋରମ । ବୋଟିଂ ଠାରୁ ଆରମ୍ଭ କରି ପାର୍କ, ଜଙ୍ଗଲ ଆମକୁ ବହୁତ ଆକର୍ଷଣ କରିଥିଲା ।"

ଏହା ମଧ୍ୟ ପଢନ୍ତୁ: କଟକବାସୀଙ୍କୁ ଘାରିଛି ମଶା ଭୟ, ମଶା ତେଲ ବଦଳରେ ନାଳରେ ପଡୁଛି ପୋଡା ମୋବିଲ !

କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୫କି.ମି. ଦୂରରେ ଥିବା ୪୯ ନଂ ଜାତୀୟ ରାଜପଥକୁ ଲାଗି ରହିଛି ୩୧ମି ଉଚ୍ଚତା ବିଶିଷ୍ଟ ସାନଘାଗରା ଜଳପ୍ରପାତ । ଜିଲ୍ଲାର ପିକ୍‌ନିକ୍‌ ପାର୍ଟିଙ୍କ ପ୍ରବଳ ଗହଳି ଲାଗି ୧୬ଟି ଦର୍ଶନୀୟ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନକେନ୍ଦ୍ରର ମାନ୍ୟତା ମିଳିଛି । ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ସୁଉଚ୍ଚ ଜଳପ୍ରପାତ ଓ ପାହାଡିଆ ଶୀତର ମଜା ନେବାକୁ କେନ୍ଦୁଝର ଜିଲାକୁ ରାଜ୍ୟର ପ୍ରତ୍ଯେକ କୋଣ ଅନୁକୋଣରୁ ବର୍ଷତମାମ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଘଞ୍ଚ ବଣପାହାଡ ଘେରା ସାନଘାଗରା ଶୀତରାଜି ଅନୁଭବ ସାଙ୍ଗକୁ ଏଠାରେ ଥିବା ଶିଶୁ ପାର୍କ, ବୋଟ, ଗୋଲାପ ଉଦ୍ୟାନ, ଆଦିବାସୀ ସଂଗ୍ରହାଳୟ ଏବଂ ଚତୁଃପାର୍ଶ୍ବରେ ଘେରି ରହିଥିବା ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବହୁ ଦୂରଦୂରାନ୍ତରୁ ବର୍ଷତମାମ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ । ଵିଶେଷ କରି ଛୋଟ ଛୋଟ ପିଲାଙ୍କ ପାଇଁ ଏହି ସାନଘାଗରା ଏକ ଆମୋଦ ପ୍ରମୋଦର କେନ୍ଦ୍ର ହୋଇଛି।

ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଘଟଗାଁ ତାରିଣୀକୁ ବାଦଦେଲେ ସାନଘାଗରା ଜଳପ୍ରପାତ ଜିଲ୍ଲା ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ପାଲଟିଛି । ଏହି ପର୍ଯ୍ୟଟନକେନ୍ଦ୍ରକୁ କେବଳ ପର୍ଯ୍ୟଟକ ନୁହଁନ୍ତି ବରଂ ପ୍ରକୃତିପ୍ରେମୀ, ସାହିତ୍ୟିକ ଓ କବିମାନଙ୍କୁ ବର୍ଷତମାମ ବୁଲି ଆସିବାକୁ ବାଧ୍ୟ କରିଥାଏ । ସକାଳ ୭ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହି ପର୍ଯ୍ୟଟନକେନ୍ଦ୍ର ଖୋଲା ରହୁଥିବା ବେଳେ ବଡଦିନ ଠାରୁ ଇଂରାଜୀ ନବବର୍ଷ ଏହି ୭ ଦିନ ଏଠାରେ ପର୍ଯ୍ୟଟକଙ୍କ ନାହିଁନଥିବା ଭିଡ ହୋଇଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଶିବ ମୂର୍ତ୍ତି ଚାରିପଟେ ବୋଟିଂର ମଜା ନେଇଥାନ୍ତି ପର୍ଯ୍ୟଟକ । ଏହି ସମୟରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଓ ସାନଘାଗରା ଉନ୍ନୟନ ପରିଷଦର କର୍ମୀ ବିଶେଷ ଧ୍ୟାନ ଦେଇଥାନ୍ତି ।

ଗତ ଦୁଇବର୍ଷ ହେଲା କୋରୋନା ମହାମାରୀ ଯୋଗୁଁ ଏହି ପର୍ଯ୍ୟଟନ କ୍ଷେତ୍ର ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭରୁ ବେଶ ଭିଡ ପରିଲକ୍ଷିତ ହେଉଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.