ETV Bharat / state

ଟିକା ନେଲା କେନ୍ଦୁଝର ଓକିଲ ସଂଘ

author img

By

Published : Jun 9, 2021, 1:33 PM IST

କୋରୋନା ଦ୍ବିତୀୟ ଲହର ତାର କାୟା ବିସ୍ତାର କରିଚାଲିଛି । ଏହି ଲହରକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ଟୀକାକରଣ ଜାରି ରହିଛି ।

ଟିକା ନେଲା କେନ୍ଦୁଝର ଓକିଲ ସଂଘ
ଟିକା ନେଲା କେନ୍ଦୁଝର ଓକିଲ ସଂଘ

କେନ୍ଦୁଝର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କୋରୋନା ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକାକରଣ କରାଯାଇଥିଲା ବେଳେ ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ ଚାଲିଛି । ଗତ ୭ ତାରିଖରୁ ରାଜ୍ୟ ସରକାର ୧୮ ରୁ ୪୪ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତିଙ୍କ ପାଇଁ ସାରା ରାଜ୍ୟରେ ଟୀକାକରଣ ଆରମ୍ଭ କରିଛନ୍ତି ।

ଟିକା ନେଲା କେନ୍ଦୁଝର ଓକିଲ ସଂଘ

ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର କ୍ୟାମ୍ପ ମାଧ୍ୟମରେ ଟୀକାକରଣ କରାଯାଇଛି । ବୁଧବାରରେ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ସ୍ବତନ୍ତ୍ର ଟୀକାକରଣ କ୍ୟାମ୍ପର ଆୟୋଜନ କରାଯାଇଛି । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୧୮ ରୁ ୪୪ ବର୍ଷୀୟ ସଦସ୍ୟଙ୍କ ସ୍ବତନ୍ତ୍ର ଟୀକାକରଣ ପାଇଁ ନିବେଦନ କରାଯାଇଥିଲା ।

ବୁଧବାର ଏହି ଆବେଦନ ଆଧାରରେ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ସ୍ବତନ୍ତ୍ର ଟୀକାକରଣ କାରଯାଇଛି । ଓକିଲ ସଂଘ ବରିଷ୍ଠ ଓକିଲ ପ୍ରତିମା ପରିଜା ଏହି କ୍ୟାମ୍ପକୁ ଫିତା କାଟି ଉଦଘାଟନ କରିଥିଲେ । କ୍ୟାମ୍ପ ମଧ୍ୟରେ ସହରରେ କୋଭିଡ ରୋଗୀଙ୍କୁ ଅନ୍ତିମ ସଂସ୍କାର କରୁଥିବା ସିଦ୍ଧେଶ୍ବର ନାଏକ, ସୁକଦେଵ ନାଏକ, ଅନନ୍ତ ନାଏକଙ୍କୁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ଜିଲ୍ଲା ଓକିଲ ସଂଘର ସମ୍ପାଦକ ଆଲୋକ ମହାନ୍ତ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକାରିଣୀର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କ୍ୟାମ୍ପକୁ ନେଇ ଓକିଲ ସଂଘର ସଦସ୍ୟମାନେ ବେଶ ଖୁସି ଥିବା ବେଳେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.