ETV Bharat / state

ଉପର ମୁହାଁ କୋରୋନା, ଜୁନ ୧ ଯାଏଁ କେନ୍ଦୁଝରର ବାର୍ ଆସୋସିଏସନ ବନ୍ଦ - କେନ୍ଦୁଝରରେ ବାର୍ ଆସୋସିଏସନ

ଜିଲ୍ଲାରେ ମହାମାରୀ କୋରୋନା ଉପର ମୁହାଁ ରହିଛି । ଏଥିପାଇଁ ଜୁନ ୧ ତାରିଖ ପର୍ଯ୍ୟନ୍ତ କେନ୍ଦୁଝରରେ ବାର ଆସୋସିଏସନ ବନ୍ଦ ରହିବ । ଅଧିକ ପଢ଼ନ୍ତୁ...

ଉପର ମୁହାଁ କୋରୋନା, ଜୁନ ୧ ଯାଏଁ କେନ୍ଦୁଝରରେ ବାର୍ ଆସୋସିଏସନ ବନ୍ଦ

author img

By

Published : May 20, 2021, 8:31 PM IST

କେନ୍ଦୁଝର: ଜିଲ୍ଲାରେ ମହାମାରୀ କୋରୋନା ଉପର ମୁହାଁ ରହିଛି । ଏଥିପାଇଁ ଜୁନ ୧ ତାରିଖ ପର୍ଯ୍ୟନ୍ତ କେନ୍ଦୁଝରରେ ବାର ଆସୋସିଏସନ ବନ୍ଦ ରହିବ । କୋରୋନା ସଂକ୍ରମଣ ଚେନ ଭାଙ୍ଗିବାକୁ କେନ୍ଦୁଝର ଓକିଲ ସଂଘ ଏଭଳି ନିଷ୍ପତ୍ତି ନେଇଛି । କୋର୍ଟ କାର୍ଯ୍ୟ ବନ୍ଦ ନେଇ କେନ୍ଦୁଝର ଓକିଲ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ କରାଯାଇଥିଲା । ଏହାକୁ ନେଇ କେନ୍ଦୁଝର ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି ।

ଉପର ମୁହାଁ କୋରୋନା, ଜୁନ ୧ ଯାଏଁ କେନ୍ଦୁଝରରେ ବାର୍ ଆସୋସିଏସନ ବନ୍ଦ

ଜରୁରୀ ବୈଠକ ପରେ ବାର ଆସୋସିଏସନ କାର୍ଯ୍ୟ ବନ୍ଦ ନେଇ ଜିଲ୍ଲା ଦୌରାଜଜଙ୍କୁ ଓକିଲ ସଂଘ ଲିଖିତ ଭାବେ ଜଣାଇ ଦେଇଛନ୍ତି । ତେବେ ଜରୁରୀ ବେଲ୍ କିମ୍ବା ଗାଡ଼ି ମୋଟର ରିଲିଜ ସମ୍ପର୍କିତ ମାମଲା ଭିଡିଓ କନଫରେନ୍ସିଂ ଜରିଆରେ ଚାଲିବ । ଏ ସଂପର୍କରେ ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳ, ଏଡିଏମ, ଉପ ଜିଲ୍ଲାପାଳ, ସଦର ତହସିଲଦାର, ଡିସିଡିଆରଏଫ, ଏସିଏଫ, ଜିଲ୍ଲା ଶ୍ରମ କୋର୍ଟ, ଫାମିଲି କୋର୍ଟ ବିଚାରପତି, ପିପିଙ୍କୁ ମଧ୍ୟ ଅବଗତ କରାଯାଇଛି ।

କେନ୍ଦୁଝରରେ କୋରୋନା ସଂକ୍ରମଣ କମ ହେବାର ନାଁ ଧରୁନାହିଁ । ମହାମାରୀରୁ ବର୍ତ୍ତିବା ପାଇଁ ବାରମ୍ବାର ଲୋକଙ୍କୁ ସଚେତନ ରହିବାକୁ କୁହାଯାଇଛି । କୋରୋନା ସଂକ୍ରମଣ ଚେନ ଭାଙ୍ଗିବାକୁ ରାଜ୍ୟରେ ଲକଡାଉନ ଜାରି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.