ETV Bharat / state

ଲୁହାପଥର ଚୋରାଚାଲାଣ ବେଳେ ଚାରି ଟ୍ରଲର ସହ 6 ଗିରଫ

author img

By

Published : Mar 23, 2021, 9:08 AM IST

କେନ୍ଦୁଝର ଲୁହାପଥର ଚୋରା ଚାଲାଣ ବେଳେ ୪ଟି ଟ୍ରଲର, ଗୋଟିଏ ଲୋଡର ଓ ଏକ ବାଇକ ଜବତ ହୋଇଥିବା ସମୟରେ ୬ଜଣ ଙ୍କୁ ଗିରଫ କରାଯାଇଛି। ଅଧିକ ପଢନ୍ତୁ...

iron ore smuggling 4 trolor and 6 accused arrested in kendujhar
ଲୁହାପଥର ଚୋରାଚାଲାଣ ବେଳେ ଚାରି ଟ୍ରଲର ସହ 6 ଗିରଫ

କେନ୍ଦୁଝର: ଜିଲ୍ଲା ବଡ଼ବିଲ ପୋଲିସକୁ ମିଳିଛି ବଡ ସଫଳତା । ଲୁହାପଥର ଚୋରା ଚାଲାଣ ବେଳେ ୪ଟି ଟ୍ରଲର, ଗୋଟିଏ ଲୋଡର ଓ ଏକ ବାଇକ ଜବତ ହୋଇଥିବା ସମୟରେ ୬ଜଣ ଙ୍କୁ ଗିରଫ କରାଯାଇଛି।

ସୂଚନାଅନୁସାରେ ବଡ଼ବିଲ ରେଳ ସାଇଡିଂରେ ଖଣି ବିଭାଗ ଦ୍ଵାରା ଜବତ ହୋଇ ବିପୁଳ ପରିମାଣର ଲୁହାପଥର ଗଚ୍ଛିତ ରହିଥିଲା ଯାହାକୁ କିଛି ମାଫିଆ ମିଥ୍ୟା କାଗଜପତ୍ର ତିଆରି କରି ଟ୍ରେଲର ଦ୍ବାରା ଚୋରା ଚାଲାଣ କରାଯିବାକୁ ଉଦ୍ୟମ ହୋଇଥିଲା। ତେବେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ ସେହି ସ୍ଥାନରେ ରେଡ଼ କରାଯାଇଥିଲା।ପୋଲିସ ପହଞ୍ଚିବାବେଳକୁ ୨ଟି ଟ୍ରଲର ରେ ଲୁହାପଥର ଲୋଡ଼ ହୋଇ ସାରିଥିବା ବେଳେ ଅନ୍ୟ ଦୁଇଟି ରେ ଲୋଡ଼ ହେଉଥିଲା,ଯାହାକୁ ଜବତ କରାଯାଇଛି। ଦୁଇଟି ଟ୍ରେଲରରେ ଲୋଡ଼ ହୋଇଥିବା ଲୁହାପଥରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।

ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରେ ୪ ଜଣ ଡ୍ରାଇଭର ଥିବା ବେଳେ ଅନ୍ୟ ଦୁଇ ଜଣ ମାଫିଆ ଅଟନ୍ତି। ମାଫିଆ ଦୁଇ ଜଣ ହେଉଛନ୍ତି ଷ୍ଟେସନ ରୋଡ ଅଞ୍ଚଳର ଜିତେନ୍ଦ୍ର ଝା ଓ ବରକତ ନଗର ଅଞ୍ଚଳର ଏମଡି କ୍ୟୁରେସି। ସେପଟେ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ଓ ଅନ୍ୟ କିଏ ଏହି ଘଟଣା ରେ ସମ୍ପୃକ୍ତ ଅଛନ୍ତି ସେ ନେଇ ଖୋଳତାଡ଼ ଚଳାଇଥିବା ବଡ଼ବିଲ ଏସଡିପିଓ ପକ୍ଷରୁ ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.