ଆନନ୍ଦପୁର: ଘରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଏଭଳି ଘଟଣା ଘଟିଛି ନନ୍ଦିପଦା ଥାନା ଭାତକରୁଆ ଗ୍ରାମରେ । କେଉଁ କାରଣରୁ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ସେନେଇ କୌଣସି ସୂଚନା ମିଳିପାରି ନାହିଁ ।
ଗ୍ରାମର ପ୍ରମୋଦ ସ୍ୱାଇଁ ନାମକ ଜଣେ ଯୁବକ କୌଣସି କାରଣରୁ ସକାଳୁ ଘରେ କବାଟ ଦେଇ ରହିଥିଲେ । କିଛି ସମୟ ପରେ ପରିବାର ଲୋକ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରମୋଦ ଗତବର୍ଷ ବିବାହ କରି ଥିବାବେଳେ ଅଚାନକ ତାଙ୍କର ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ