ETV Bharat / state

ଗୋନାସିକା କେନ୍ଦୁଝର ମହୋତ୍ସବ ଆରମ୍ଭ: ଜମିବ ପଲ୍ଲୀଶ୍ରୀ ମେଳା, ଖୋଲିଲା 236ଟି ଷ୍ଟଲ

author img

By

Published : Dec 21, 2019, 12:02 PM IST

କେନ୍ଦୁଝର ସଦର ମହକୁମାଠାରେ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତରାଜ ବିଭାଗର  ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଗୋନାସିକା କେନ୍ଦୁଝର ମହୋତ୍ସବ ଓ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ସ୍ଥାନୀୟ କାଳୀପଡିଆଠାରେ  ଗତ ଶୁକ୍ରବାର ସନ୍ଧ୍ୟାରେ  ଉଦଘାଟିତ ହୋଇଛି ।

gonasika keujhar festival
ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଆରମ୍ଭ ହେଲା ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୧୯ । କେନ୍ଦୁଝର ସଦର ମହକୁମାଠାରେ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତରାଜ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଗୋନାସିକା କେନ୍ଦୁଝର ମହୋତ୍ସବ ଓ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ସ୍ଥାନୀୟ କାଳୀପଡିଆ ଠାରେ ଗତ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି ।

ଏହି ଉଦଯାପନୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଯୋଗ ଦେଇଥିଲେ । ତେବେ ଏହି ମେଳା ୭ଦିନ ଧରି ଚାଲିବ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ୨୦ରୁ ଅଧିକ ରାଜ୍ୟରୁ ବ୍ୟବସାୟୀମାନେ ଯୋଗ ଦେଇଛନ୍ତି । ଏଣୁ ଏମାନଙ୍କ ନିମନ୍ତେ ୨୩୬ଟି ଷ୍ଟଲ ତିଆରି କରାଯାଇଛି । ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ପାଟଣା , ଆନନ୍ଦପୁର , ଘଷିପୁରା ବିଧାୟକଙ୍କ ସହ ସାଂସଦ ଓ ଜିଲ୍ଲାର ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଯୋଗ ଦେଇଥିଲେ ।

ଉଦ୍ଘାଟନୀ ଉତ୍ସବରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଦର୍ଶକ ଏହି ମହୋତ୍ସଵକୁ ଦେଖିବା ପାଇଁ ଭିଡ ପରିଲକ୍ଷିତ ହୋଇଥିଲା ।

ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ ଜିଲ୍ଲାର ଲୁକ୍କାୟିତ କଳା, ସାହିତ୍ୟ, ସଂସ୍କୃତିର ଦର୍ପଣ ବୋଲି ପ୍ରକାଶ କରିବା ସହ ଏହା ଅନ୍ୟ ଜିଲ୍ଲା ଅପେକ୍ଷା ଅତି ସୁନ୍ଦର ଓ ଭିନ୍ନ ବୋଲି କହିଥିଲେ । ଜିଲ୍ଲାର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଏହି ମହୋତ୍ସବ ମାଧ୍ୟମରେ ସେମାନଙ୍କର ଉତ୍ପାଦିତ ସାମଗ୍ରୀର ବ୍ୟବସାୟ କରିବା ପାଇଁ ବିଶେଷ ସୁଯୋଗ ପାଇଥାନ୍ତି ବୋଲି ସେ ଅଭିହିତ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଗୋନାସିକା କେନ୍ଦୁଝର ମହୋତ୍ସବ -୨୦୧୯ ଉଦଘାଟିତBody: ଆଙ୍କର- କେନ୍ଦୁଝର ସଦର ମହକୁମାଠାରେ ଜିଲ୍ଲା ପ୍ରଶାସନ ଓ ପଂଚାୟତରାଜ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଗୋନାସିକା କେନ୍ଦୁଝର ମହୋତ୍ସବ ଓ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ସ୍ଥାନୀୟ କାଳୀପଡିଆଠାରେ ଆଜି ସଂନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମୁଖ୍ୟ ଅତିଥି ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ ମଲ୍ଲିକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ପାରଂପାରିକ ନାଚ ଗିତ ସହ ଏକ ବିଶାଳ ଶୋଭାଯାତ୍ରାରେ ଗୋନାସିକା ଠାରୁ ମଶାଲ ଏଠାକୁ ଆସି କାଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଏହି ମେଳା ୭ଦିନ ଧରି ଚାଲିବ । ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ୨୦ରୁ ଅଧିକ ରାଜ୍ୟରୁ ବ୍ୟବସାୟୀମାନେ ଯୋଗ ଦାନ କରିଛନ୍ତି ।ଏଣୁ ଏମାନଙ୍କ ନିମନ୍ତେ ୨୩୬ଟି ଷ୍ଟଲ ତିଆରି କରାଯାଇଛି । ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ଅତିଥି ମାନଙ୍କୁ ସତ୍ମର୍ଧିତ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲାର , ଜିଲ୍ଲା ପରିଷଦ ଅଧ୍ୟକ୍ଷା, ପାଟଣା , ଆନନ୍ଦପୁର , ଘଷିପୁରା ବିଧାୟକ ଙ୍କ ସହ ସାଂସଦ ଓ ଜିଲ୍ଲାର ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଯୋଗ ଦେଇଥିଲେ । ଉଦ୍ଘାଟନୀ ଉତ୍ସବରେ ବିଭିନ୍ନ ରାଜ୍ୟ ଓ ଜିଲାରୁ ଆଶିଥିବା ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଦର୍ଶକ ଏହି ମହୋତ୍ସଵକୁ ଦେଖିବା ପାଇଁ ଭିଡ ପରିଲକ୍ଷିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ ଜିଲ୍ଲାର ଲୁକ୍କାୟିତ କଳା,ସାହିତ୍ୟ,ସଂସ୍କୃତିର ଦର୍ପଣ ବୋଲି ପ୍ରକାଶ କରିବାସହ ଏହା ଅନ୍ୟ ଜିଲ୍ଲା ଅପେକ୍ଷା ଅତି ସୁନ୍ଦର ଏ ଭିନ୍ନ ବୋଲି କହିଥିଲେ । ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଏହି ମହୋତ୍ସବ ମାଧ୍ୟମରେ ସେମାନଙ୍କର ଉତ୍ପାଦିତ ସାମଗ୍ରୀର କରିବାର ବିଶେଷ ସୁଯୋଗ ପାଇଥାନ୍ତି ବୋଲି ସେ ଅଭିହିତ କରିଥିଲେ ।

ବାଇଟ-୧- ପ୍ରଫୁଲ ମଲ୍ଲିକ ( ମନ୍ତ୍ରୀ ଖଣି,ଇସ୍ପାତ ଓ ପୂର୍ତ୍ତ ବିଭାଗ)

ବାଇଟ-୨- ଆଶିଷ ଠାକରେ (ଜିଲ୍ଲାପାଳ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.