କେନ୍ଦୁଝର: ମେଗା ଇସ୍ପାତ କାରଖାନା ସ୍ଥାପନ ଦାବିରେ ବିଡ଼ିଓଙ୍କୁ ଦାବିପତ୍ର ଦେଲା ଘଟଗାଁ କଂଗ୍ରେସ । କେନ୍ଦୁଝର ଜିଲ୍ଲାକୁ ରାଜ୍ୟସରକାର ବୈମାତୃକ ମନୋଭାବ ରଖି ଇସ୍ପାତ କାରଖାନା ପ୍ରତିଷ୍ଠା ନକରି କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଷ୍ଠା ଲକ୍ଷ ରଖିଛନ୍ତି । ଏହାକୁ ବିରୋଧ କରିବା ସହ କେନ୍ଦୁଝର ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ଦାବି ଏବଂ କେନ୍ଦ୍ରସରକାରଙ୍କ କୃଷି କଳା ଆଇନ, ତୈଳ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ବିରୋଧ କରିଛି କଂଗ୍ରେସ ।
ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନରେ ଘଟଗାଁ ବ୍ଲକ କଂଗ୍ରେସ ପକ୍ଷରୁ ସ୍ଥାନୀୟ ବିଡ଼ିଓଙ୍କୁ ୩ଦଫା ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି । ତେବେ ଘଟଗାଁ ବ୍ଲକ କଂଗ୍ରେସ ସଭାପତି ପ୍ରଭାକର ନାୟକଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ତହସିଲ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଆସି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ