କେନ୍ଦୁଝର: ଆଜି ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା । ଗଣେଶ ପୂଜା ପରେ ପରେ ଆରମ୍ଭ ହୋଇଛି ପାର୍ବଣର ଋତୁ। ଏଥି ପାଇଁ ଗାଁ ରୁ ସହର ସବୁଠି ଉତ୍ସବର ମାହୋଲ । କେନ୍ଦୁଝର ସଦର ମହକୁମାରେ ଏହି ମାହୋଲ ପରିଲକ୍ଷିତ ହୋଇଛି।
କେନ୍ଦୁଝର ଟାଉନ୍ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି । ସହରର ମଣ୍ଡୁଆ, କାଶୀପୁର, ପୁରୁଣା ସହର, ବସଷ୍ଟାଣ୍ଡ, ଡେଲି ମାର୍କେଟ, ଫରେଷ୍ଟ ଅଫିସ, ସମବାୟ ବ୍ୟାଙ୍କ ଆଦି ସ୍ଥାନରେ ଗଣେଶଙ୍କ ମେଢ ନିର୍ମିତ ହୋଇଛି । ଏହାସହ ସୁନ୍ଦର ତୋରଣ ସାଙ୍ଗକୁ ଆଲୋକସଜ୍ଜା ମଧ୍ୟ ଏହାକୁ ଅଧିକ ଆର୍କଷଣୀୟ କରୁଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ