କେନ୍ଦୁଝର: ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ପୋଲିସ ଓ ବନ ବିଭାଗର ମିଳିତ ଉଦ୍ୟମରେ ବେଆଇନ କରତକଳ ଓ କାଠ ଗୋଦାମରେ ଚଢ଼ାଉ ହୋଇଛି । ଏଥିରେ ବିପୁଳ ପରିମାଣର କାଠ ଓ ମିଲ୍ର ଆସବାବପତ୍ର ଜବତ କରାଯାଇଥିବା ସହ ୫ ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ସାନ୍ତରାପୁର ଗ୍ରାମରେ ଚାଲୁଥିବା ଏହି ବେଆଇନ କାରବାର ନେଇ ବନ ବିଭାଗ ପୂର୍ବରୁ ଖବର ପାଇ ଚଢ଼ାଉ କରିଥିବା ଜଣାପଡିଛି । ଚଢାଉ ବେଳେ ବନ ବିଭାଗକୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ କେନ୍ଦୁଝର ଡିଏଫଓଙ୍କ ନେତୃତ୍ବରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ମିଳିତ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ