ETV Bharat / state

କେନ୍ଦୁଝରରେ ହାତୀ ମୃତ୍ୟୁରେ ଲାଗୁନି ବ୍ରେକ, ଟ୍ରେନ ଧକ୍କାରେ ଗଲା ହାତୀର ଜୀବନ

author img

By ETV Bharat Odisha Team

Published : Oct 25, 2023, 1:10 PM IST

କେନ୍ଦୁଝରରେ ହାତୀ ମୃତ୍ୟୁ ଘଟଣାରେ ଲାଗୁନି ବ୍ରେକ । 2 ଦିନ ପୂର୍ବେ ଏକ ହାତୀ ଶାବକର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଆଜି ଟ୍ରେନରେ କଟି ଏକ ହାତୀର ମୃତ୍ୟୁ ହୋଇଛି । ଆଗକୁ ପଢନ୍ତୁ

କେନ୍ଦୁଝରରେ ହାତୀ ମୃତ୍ୟୁରେ ଲାଗୁନି ବ୍ରେକ, ଟ୍ରେନ ଧକ୍କାରେ ଗଲା ହାତୀର ଜୀବନ
କେନ୍ଦୁଝରରେ ହାତୀ ମୃତ୍ୟୁରେ ଲାଗୁନି ବ୍ରେକ, ଟ୍ରେନ ଧକ୍କାରେ ଗଲା ହାତୀର ଜୀବନ
ଟ୍ରେନ ଧକ୍କାରେ ଗଲା ହାତୀର ଜୀବନ

କେନ୍ଦୁଝର: କେନ୍ଦୁଝରରେ ହାତୀ ମୃତ୍ୟୁ ଘଟଣାରେ ଲାଗୁନି ବ୍ରେକ୍‌ । ଟ୍ରେନ ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଆଜି ସକାଳେ କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଜଗନ୍ନାଥପୁର ରେଲୱେ ଲାଇନ କଡ଼ରେ ହାତୀଟିର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା ।ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ବନ ବିଭାଗ ଟିମ ।

କେନ୍ଦୁଝର ଜିଲ୍ଲାରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ଦେଖିବାକୁ ମିଳୁଛି । ଆଜି(ବୁଧବାର) କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ନୟାଗଡ଼ ବିଟ ପଲସା ପଞ୍ଚାୟତର ଜଗନ୍ନାଥପୂର ରେଲୱେ ଲାଇନ କଡ଼ରେ ହାତୀ ମୃତ ଦେହ ଉଦ୍ଧାର ହୋଇଛି । ତେବେ ଆଜି ଭୋର 5ଟା ସମୟରେ ଟ୍ରେନରେ ପିଟି ହୋଇ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଜଗନ୍ନାଥପୁର ଅଞ୍ଚଳର ରେଲଓ୍ବେ ଲାଇନ କଡରେ ଏକ କ୍ଷତବିକ୍ଷତ ହାତୀ ମୃତ ଦେହ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଏହାପରେ ବନବିଭାଗର ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ହାତୀ ମୃତଦେହ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଚଳାଇଛି । ଅନ୍ୟପଟେ ମିଳିତ ଟାସ୍କ ଫୋର୍ସ ଓ ଭେଟେନାରି ଟିମ୍ ମଧ୍ୟ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..କେନ୍ଦୁଝରରେ ବନଖଣ୍ଡରେ ଚିକିତ୍ସାଧୀନ ହାତୀ ଶାବକର ମୃତ୍ୟୁ

ସୂଚନାଯୋଗ୍ୟ, ଗତ 2 ଦିନ ତଳେ ମଧ୍ୟ କେନ୍ଦୁଝର ବନଖଣ୍ଡ ବିଜେପି ରେଞ୍ଜ୍‌ ଅନ୍ତର୍ଗତ ଭେଜିଡିହୀ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତା ହାତୀ ଶାବକର ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ହାତୀ ଶାବକଟି ପୂର୍ବରୁ ଅସୁସ୍ଥ ଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ହାତୀ ଶାବକଟି ଥଣ୍ଡାରୁ ଅସୁସ୍ଥ ହୋଇପଡ଼ିଥିବା ଅନୁମାନ କରାଯାଉଥିଲା ବେଳେ ଡାକ୍ତର ହାତୀ ଶାବକଟିକୁ ରବିବାର ଦିନ ତମାମ ସାଲାଇନ, ଭିଟାମିନ ଓ ଔଷଧ ଦେଇ ଚିକିତ୍ସା ଚଳାଇ ଥିବା ବେଳେ ଅସୁସ୍ଥ ହୋଇ ଜଙ୍ଗଲ ନିକଟରେ ପଡ଼ି ରହିଥିବା ଶାବକଟିର ସ୍ଵାସ୍ଥ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ହେବା ସହ ସୁସ୍ଥ ଥିବା ଡ଼ାକ୍ତର କହିଥିଲେ । ହେଲେ ପରବର୍ତ୍ତୀ ସମୟରେ ପୁଣି ଅସୁସ୍ଥ ହୋଇପଡିଥିଲା ହାତୀଟି । ତେବେ ତମାମ ପ୍ରୟାସ ସତ୍ତ୍ବେ ଦନ୍ତା ଶାବକକୁ ବଞ୍ଚାଇ ପାରିନଥିଲେ ଡାକ୍ତରୀ ଟିମ ।

ତେବେ ନୟାକୋଟ ବିଟର ଭେଜିଡିହୀ ଅଞ୍ଚଳରେ ଘୁରି ବୁଲୁଥିବା ୧୨ ଟିକିଆ ହାତୀ ପଲରେ ସେହି ଶାବକଟି ରହିଥିଲା। ଅସୁସ୍ଥ ହେବା ପରେ ଜଙ୍ଗଲରେ ପଡ଼ି ରହିଥିଲା ବେଳେ ବନବିଭାଗ ଖବର ପାଇ ଶାବକଟିକୁ ଉଦ୍ଧାର କରିଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.