ETV Bharat / state

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Sep 22, 2021, 9:51 PM IST

ଧରଣୀଧର ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ପକ୍ଷରୁ ଆଜି(ବୁଧବାର) ମହାବିଦ୍ୟାଳୟର ଜମି ଜବରଦଖଲ ଉଚ୍ଛେଦ ଓ ଜମି ଚିହ୍ନଟ ସାଙ୍ଗକୁ ନିକଟରେ ମହାବିଦ୍ୟାଳୟ ପାଚେରୀ ଭଙ୍ଗା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
vଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର: ଧରଣୀଧର ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ପକ୍ଷରୁ ଆଜି(ବୁଧବାର) ମହାବିଦ୍ୟାଳୟର ଜମି ଜବରଦଖଲ ଉଚ୍ଛେଦ ଓ ଜମି ଚିହ୍ନଟ ସାଙ୍ଗକୁ ନିକଟରେ ମହାବିଦ୍ୟାଳୟ ପାଚେରୀ ଭଙ୍ଗା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହାସହ ପୌର ପ୍ରଶାସନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ଆଲୁମିନି ଆସୋସିଏସନ୍ ପକ୍ଷରୁ ଆଲୋକ ମିଶ୍ର, ବରଦା ପ୍ରସନ୍ନ ଦାସ, ଆଶିଷ ଚକ୍ରବର୍ତ୍ତୀ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ଅପରାହ୍ନରେ ବିଭିନ୍ନ ବିଷୟକୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ପ୍ରକାଶ ଯେ, ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ମୁଖ୍ୟ ଶିକ୍ଷାନୁଷ୍ଠାନ ଭାବେ ପରିଚିତ । କିନ୍ତୁ, ଏହି ମହାବିଦ୍ୟାଳୟର ଶହଶହ ଏକର ଜମି ଥିବା ସ୍ୱତ୍ତ୍ବେ ଏହାର ପରିସୀମା ଠିକ ଭାବେ ଚିହ୍ନଟ ହୋଇପାରି ନାହିଁ । ଫଳରେ ବହୁ ଜମି ମାଫିଆ ଏହାର ପାଚେରୀ ଭାଙ୍ଗି ନିକଟସ୍ଥ ଜମିକୁ ବହୁ ଉଚ୍ଚ ଦରରେ ବିକି ଲାଭ କମାଉଛନ୍ତି । ଏହାର ପ୍ରଭାବ ଆଗାମୀ ଦିନରେ ମହାବିଦ୍ୟାଳୟର ବିକାଶ କ୍ଷେତ୍ରରେ ପଡିବ ବୋଲି ବହୁ ପୁରାତନ ଛାତ୍ରଛାତ୍ରୀ ଆଶଙ୍କା କରୁଛନ୍ତି । ଏହାର ପ୍ରତିକାର ନକଲେ ଆଗାମୀ ଦିନରେ ଏହା ବିଶାଳ ଜନ ଅସନ୍ତୋଷ ପ୍ରକାଶ ପାଇବ ବୋଲି ଆଶଙ୍କା କରାଯାଉଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.